ଡେଲାଙ୍ଗରେ ୧୩ ପଜଟିଭ ଆକ୍ରାନ୍ତ ଚିହ୍ନଟ
ଡେଲାଙ୍ଗ ----- ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କମିବାର ନା ଧରୁନି । । ଶନିବାର ଦିନ ୧୩ଜଣ କରୋନା ପଜଟିଭ ଚିହ୍ନଟ ହୋଇଥିବା ସହ ଡେଲାଙ୍ଗରେ ଆକ୍ରାନ୍ତ ସଂଖ୍ୟା ୨୮୬ରେ ପହଞ୍ଚିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ମୁନିଦା,ଚିତଳପୁର,ହାଟଡେଲାଙ୍ଗ,ବିଦୁରପୁର ଗ୍ରାମରୁ ଜଣେ ଲେଖାଏଁ ହୋଇଥିବା ବେଳେ ବେରବୋଇ ରୁ ୨ଜଣ ବୋଳକଣା ରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତ ଚିହ୍ନଟକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି