Breaking News

ବିଭିନ୍ନ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ



ଭଦ୍ରକ----  ଧାମରା ପୋର୍ଟ ୱାର୍କରସ ୟୁନିୟନ(ସିଟୁ) ତରଫରୁ ମଜୁରୀ ବୃଦ୍ଧି ତଥା ଶ୍ରମିକ ମାନଙ୍କର ୧୨ ଦଫା ଦାବିପତ୍ର ଜିଲ୍ଲାପାଳ ଓ ଶ୍ରମଅଧିକାରୀଙ୍କୁ  ପ୍ରଦାନ କରାଯାଇଛି ।  କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ତିନିଟି ବିଲ କୁ ପ୍ରତିବାଦ କରି ଓଡ଼ିଶା କୃଷକ ସଭାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏସିଆ ମହାଦେଶରେ ଧାମରା ବନ୍ଦର ଏକ ବୃହତ ବନ୍ଦର ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନାହିଁ । ଏହାର ରକ୍ଷଣାବେକ୍ଷଣ ଏବଂ ଉନ୍ନତିକରଣ ର ଦାୟିତ୍ୱ ନେଇଛି ଅଦାନୀ କମ୍ପାନୀ । ବନ୍ଦରରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଆଉଟ ସୋସିଙ୍ଗ କରୁଥିବା ଠିକାଦାର ମାନଙ୍କର ଶୋଷଣ ଓ ଅତ୍ୟାଚାରକୁ ପ୍ରତିବାଦ କରି ସିଟୁ ର କର୍ମକର୍ତ୍ତା ମାନେ ସହର ପରିକ୍ରମା କରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ଦାବି ପୂରଣ କରିବାକୁ ଦାବିପତ୍ର ମାଧ୍ୟମରେ ସରକାରଙ୍କୁ ଜଣାଇଥିଲେ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ସିଟୁର ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ ମତ ପ୍ରକାଶ କରିଛନ୍ତି ।
ଭଦ୍ରକରୁ ପ୍ରମୋଦ ନାୟକ

Blog Archive

Popular Posts