Breaking News

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ପ୍ରତିବାଦ ସଭା

 


ଡେଲାଙ୍ଗ ----ଏ ଆଇ କେ କେ ଏମ ଏସ  ଆହ୍ୱନ କ୍ରମେ ଗ୍ରାମୀଣ ଭାରତ ବନ୍ଦ ଉପଲକ୍ଷେ ଡେଲାଙ୍ଗ ଠାରେ  ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ସଭାରେ ସଂଗଠନର କର୍ମୀମାନେ ହାତରେ ବିଭିନ୍ନ ଲେଖା ପ୍ଳାକାର୍ଡ ଧରି ଜନ ବିରୋଧୀ ପ୍ରସ୍ତାବିତ  ଚାଷୀ ବିରୋଧୀ   ଅଧ୍ୟାଦେଶ ଗୁଡିକ ଯେଉଁଭଳି ଆଇନରେ ପରିଣତ କରାଗଲା ତୁରନ୍ତ ତାହାକୁ ପ୍ରତ୍ୟାହାର କରିବା  ଆଦି ସ୍ଳୋଗାନ ଦେଇ ପ୍ରତିବାଦ କରିଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ଏ ଆଇକେ କେ ଏମ ଏସ ର ରାଜ୍ୟ  ସମ୍ପାଦକ ତଥା ଏସ.ୟୁ.ସି. ଆଇ ( କମୁନିଷ୍ଟ ) ନେତା  କମ୍ରେଡ  ରଘୁନାଥ ଦାଶ ଯୋଗଦେଇ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନ କରି ଚାଉଳ, ଡାଲି, ଆଳୁ, ପିଆଜ, ଖାଇବା ତେଲ, ଆଦି ୨୦ ଗୋଟି ଆତ୍ୟାବଶ୍ୟକୀୟ ସମାଗ୍ରୀ ଉପରେ ସରକାରଙ୍କ ଯେଉଁ ନିୟନ୍ତଣ ଥିଲା ଏହି ସଂଶୋଧନ ଆଇନ ଦ୍ୱାରା ସରକାର ସେହି ନିୟନ୍ତଣ୍ ହରାଇଛନ୍ତି । ବଡ ବଡ ବ୍ୟବସାୟୀ ଓ କର୍ପୋରେଟ୍ ମାନଙ୍କୁ ଦିଆଯାଇଛି ।  ସବୁଠାରୁ ବଡ କଥା ପ୍ରାଇଭେଟ ମଣ୍ଡି ଆଇନ । ବଡ ବଡ ବ୍ୟବସାୟୀ ମାନେ ମଣ୍ଡି ଖୋଲି ମନଇଛା ଦର ନିର୍ଦ୍ଦରଣ କରିବେ । ଏହାଦ୍ୱାରା ଚାଷୀକୂଳ ସର୍ବନାଶ ହେବ ବୋଲି ଶ୍ରୀ ଦାଶ କହିଛନ୍ତି । ଏ ଆଇ କେ କେ ଏମ ଏସ ର ଜିଲ୍ଲା ସଭାପତି କମ୍ରେଡ ଗଙ୍ଗାଧର ପ୍ରଧାନ, ବ୍ଳକ ସଭାପତି ଦୀନବଂଧୁ ପରିଡା, ସମ୍ପାଦକ ବଟକୃଷ୍ଣ ସ୍ୱାଇଁ, ତିନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ରାଜ କିଶୋର ଆଳୁକ ଓ ଗୋଲଖ ବରାଳ,ପଦ୍ମଚରଣ ଜେନା ପ୍ରମୁଖ ଆନ୍ଦୋଳନକୁ ଶକ୍ତିଶାଳୀ ଭାବେ ଗଢ଼ି ତୋଳିବା ପାଇଁ ଆହ୍ୱନ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts