Breaking News

ଆମପାଣି ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେବା ଭିଡିଓ ଭାଇରାଲ


କଳାହାଣ୍ଡି---କଳାହାଣ୍ଡି ଜିଲ୍ଳା ରେ ରାଜ୍ୟ ସରକାର ଙ୍କ ୫-ଟି କିମ୍ବା ‘ମୋ ସରକାର’ କୁ ଖାତିର କରୁନାହାଁନ୍ତି ସରକାରୀ କର୍ମଚାରୀ । ବିଭିନ୍ନ ଯୋଜନାରେ ଚାଲିଛି ଦୁର୍ନୀତି । ଏପରିକି ଖୋଲା ଖୋଲି ଲାଞ୍ଚ ନେଉଛନ୍ତି ରାଜସ୍ୱ ବିଭାଗ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅନ୍ତର୍ଗତ ଆମପାଣି ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ।  ଏଠାରେ କାର୍ଯ୍ୟରତ ରାଜସ୍ଵ ନିରୀକ୍ଷକ ଅମରକାନ୍ତ ମଙ୍ଗରାଜ ଲୋକଙ୍କ ଜମି ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ଭିଡିଓ  ଏବେ ସୋସିଆଲ ମିଡ଼ିଆ ରେ  ଭାଇରାଲ ହେବାରେ ଲାଗିଛି । ଜଣେ ଗରିବ ଲୋକ  ଜମି ର ମ୍ୟୁଟେସନ୍ କରିବା ପାଇଁ  ସଂପୃକ୍ତ ରାଜସ୍ବ ନିରୀକ୍ଷକ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ପଇସା ଦେଲେ ୫/ ୭ ଦିନରେ କାମ ହେବ । ନଦେଲେ କାମକୁ ଅଟକାଇ ଦେବି ବୋଲି କହୁଥିବା ଭିଡିଓ ରେ ଦେଖିବାକୁ ମିଳିଛି ।  ଅନ୍ୟ ଜଣେ ଗରୀବ ଲୋକ ୫ଶହ ଟଙ୍କା ଲାଞ୍ଚ  ଦେଉଥିବା ବେଳେ ସଂପୃକ୍ତ କର୍ମଚାରୀ ଜଣକ ଆହୁରି  ଟଙ୍କା ମାଗୁଥିବା ଭିଡିଓ ରୁ ସ୍ପଷ୍ଟ ବାରି ହୋଇ ପଡୁଛି ।  ରାଜସ୍ବ ନିରୀକ୍ଷକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ କଳାହାଣ୍ଡି ରାଜସ୍ବ ବିଭାଗର ଅସଲ  ଗୁମର ଖୋଲିଛି । ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts