ସବୁଥିରୁ ବଞ୍ଚିତ ଚାରି ବର୍ଷ ର ଦିବ୍ୟାଙ୍ଗ ଶିଶୁ ତୁମେଶ୍ୱର
କଳାହାଣ୍ଡି- କଳାହାଣ୍ଡି କୋକସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ଗୋତୋମୁଣ୍ଡା ଗ୍ରାମପଞ୍ଚାୟତ ଗୋତୋମୁଣ୍ଡା ଗ୍ରାମର, ଅରଖିତ ନାଏକ ପତ୍ନୀ ସଶିଲା ନାଏକ ଙ୍କ ଚାରିବର୍ଷ ବୟଷର ପୁଅ ତୁମେଶ୍ୱର ନାଏକ ଜନ୍ମରୁ ଦିବ୍ୟାଙ୍ଗ । ଜନ୍ମ ରୁ ସଜ୍ୟାଶାୟି ନା ଉଠି ପାରେ ନା ବଶି ପାରେ, ନା କଥା କହି ପାରେ । ପୁଅର ଏହି ଅବସ୍ଥା ରେ ଭାଙ୍ଗି ପଡିଛନ୍ତି ପତି ପତ୍ନୀ । ଅରଖିତ ଆଥିକ ଅଭାବରୁ ପୁଅ ତୁମେଶ୍ୱର ଙ୍କ ଚିକିତ୍ସା କରି ପାରୁନାହିଁ । ତିନି ପୁଅ, ମିଶି ପାଞ୍ଚ ଜଣ ପରିବାର । ପୁଅ ମାନେ ଛୋଟ । ଅରଖିତ ଏମାନଙ୍କ ଭରଣ ପୋଷଣ ପାଇଁ କୁଲି ମଜୁରି କରି ସେମାନଙ୍କ ମୁହଁରେ ଦୁଇଓଳି ଖାଇବାକୁ ଯୋଗାଇ ଥାଆନ୍ତି । ଏହି ପରିସ୍ଥିତିରେ ତୁମେଶ୍ୱର ଙ୍କ ଚିକିତ୍ସା କରିବା ଅରଖିତଙ୍କ ପାଇଁ ସାତ ସପନ ହୋଇଯାଇଛି । ଅରଖିତ ନଡ଼ା ଛପର ଘରେ ରହୁଛି ।
ଅନେକ ଥର ସରକାର ଯୋଗାଇ ଦେଉଥିବା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ ସରପଞ୍ଚଙ୍କୁ ଗୁହାରୀ କରିଛି କିଛି ଲାଭ ନାହିଁ । ସେହିପରି ରାଶନ କାର୍ଡ ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଜଣାଇଛନ୍ତି ହେଲେ ସରପଞ୍ଚ ଦୃଷ୍ଟି ଦେଉନାହାନ୍ତି ବୋଲି ଅରଖିତ କହନ୍ତି
। ଗରିବ , ଅସହାୟ ଦିବ୍ଯାଙ୍ଗ ମାନଙ୍କ ପାଇଁ ସରକାର ଆନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ମାତ୍ର ସବୁ ଯୋଜନା ଅରଖିତ ପାଇଁ ସାତ ସପନ ହୋଇଛି । ସେହିପରି ତୁମେଶ୍ୱର କୁ ଦିବ୍ୟାଙ୍ଗ ଭତ୍ତା ନା କୌଣସି ସରକାରୀ ସହାୟତା ମିଳିନାହିଁ ,କି ଚିକିତ୍ସା ସୁବିଧା ପାଇନାହିଁ । ଯଦି ପ୍ରଶାସନ ତୁମେଶ୍ୱର ନାଏକ ପ୍ରତି ଦୃଷ୍ଟି ଦେଇ ଚିକିତ୍ସା କରାଇବା ସହ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେବା ଓ ଅରଖିତ ନାଏକ ଙ୍କୁ ଆବାସ ଯୋଜନା , ରାଶନ୍ କାର୍ଡ଼ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।
କଳାହାଣ୍ଡି କୋକସରା ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ