ଡାକପଡା ଗ୍ରାମବାସୀ ମାନେ ତିନି ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ଆଗରେ ୫ ଘଣ୍ଟା ଧାରଣା ଦେଲେ
ଡେଲାଙ୍ଗ ---- ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ୫ ଘଣ୍ଟା ଧରି ମୁନିନ୍ଦା ଗ୍ରାମ ପଞ୍ଚାୟତର ଡାକପଡା ଗ୍ରାମବାସୀ ମାନେ ଧାରଣା ଦେଇଥ୍ôଲେ । ସେମାନଙ୍କର ତିନୋଟି ଦାବିକୁ ନେଇ ଧାରଣା ଦେଇଛନ୍ତି । ସୁଚନାଯୋଗ୍ୟ ଯେ ଉକ୍ତ ଗ୍ରାମରେ ବାଙ୍କେଶ୍ୱର ଯୁବକ ସଂଘ ୧୯୭୭ ମସିହାରେ ସରକାରଙ୍କ ପାଖରେ ରେଜିଷ୍ଟେସନ ହୋଇଥିଲା । ୧୯୯୯ ମସିହାରେ ୨ଟି ସ୍କିମ ଆଣିଥିଲେ । ଏହି ଦୁଇଟି ସ୍କିମ ଚଳାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଅନୁଷ୍ଠାନ ପାଇଛି । ଗ୍ରାମ ଠାକୁରାଣିଙ୍କର ଏକ ଘର ଉକ୍ତ ଅନୁଷ୍ଠାନ ଭଡା ସୁତ୍ରରେ ନେଇ ସେଠାରେ ଡେ କେୟାର ସେଣ୍ଟର ଖୋଲିଥିଲା । ବାଙ୍କେଶ୍ୱର ଯୁବକ ସଂଘ କେନ୍ଦ୍ର ସରକାରଙ୍କ ଠାରୁ ଡେ କେୟାର ସେଣ୍ଟର ପାଇଁ ୬ ଲକ୍ଷ ୮୫ ହଜାର ଟଙ୍କା ଆଣିଥିବା ସୂଚନା ଅଧିକାର ଆଇନ ସୁତ୍ରରୁ ଜଣାପଡିଥିଲା । ଏ ସମ୍ପର୍କରେ ସଂଘର କର୍ମକର୍ତ୍ତାଙ୍କୁ ପଚାରିବାରୁ ସେ ପ୍ରଥମେ ମାନିନଥିଲେ । ଗ୍ରାମବାସୀ ଓ ଗ୍ରାମ କମିଟି , ଥାନା ଆଇଆଇସି ଓ ସଂଘର କର୍ମକର୍ତ୍ତା ମାନଙ୍କ ସହ ଏକ ଆଲେଚନା କରାଯାଇଥିଲା । ଗ୍ରାମବାସୀ ସୂଚନା ଅଧିକାର ଆଇନରେ ମିଳିଥିବା ଦସ୍ତାବିଜ ଦେଖାଇବା ପରେ ୧୨/୧୨/୨୦୧୮ରେ ଏକ ଚୁକ୍ତି ନାମା କରାଯାଇଥିଲା । ଗ୍ରାମବାସୀଙ୍କୁ ଠାକୁରାଣୀଙ୍କ ମନ୍ଦିର ତିଆରି ପାଇଁ ୨ ଲକ୍ଷ ୬୦ ହଜାର ଟଙ୍କା ଦେବାକୁ ଥାନା ଆଇଆଇସି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସଂଘର କର୍ମକର୍ତ୍ତା ମାନେ ଚୁକ୍ତି ପତ୍ର କରିଥିଲେ । ମୁତାବକ ଅନୁସାରେ ୧ଲକ୍ଷ ଟଙ୍କା ଗ୍ରାମାବସୀଙ୍କୁ ଚୁକ୍ତି ଅନୁସାରେ ଦେଇଥିଲେ । ବାକି ୧ଲକ୍ଷ ୬୦ ହଜାର ଟଙ୍କା ସଂଘର କର୍ମକର୍ତ୍ତା ମାନେ ଆଉ ଦେଇନଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ଥାନା ଆଇଆଇସିଙ୍କୁ ବାରମ୍ବାର ଜଣାଇଥିଲେ । ଉକ୍ତ ଥାନା ଅଧିକାରୀ ବଦଳି ହେବା ସହ ବାଙ୍କେଶ୍ୱର ଯୁବକ ସଂଘ ସ୍କିମ ଚଳାଇ ନ ପାରିବାରୁ ବନ୍ଦ କରିଦେବା ସହ ସମସ୍ତ ଗୃହ ଓ ଗେଟରେ ଚାବି ପକାଇ ରଖିଛନ୍ତି । ସରକାରଙ୍କ ଅର୍ଥରେ ତିଆରି ହୋଇଥିବା ଘର ଗୁଡିକ ଚଳିତ ବନ୍ୟା ସମୟରେ ଗ୍ରାମବାସୀ ମାନେ ଉକ୍ତ ଗୃହ ଗୁଡିକ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କରିବା ପାଇଁ ସଂଘର ସଭାପତି ଓ ସମ୍ପାଦକଙ୍କୁ ଚାବି ମାଗିଥିଲେ । ଚାବି ଦେବାକୁ ମନା କରିଥିଲେ । ପରେ ଗ୍ରାମାବସୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମାବସୀ ମାନେ ଏହା ଜାଣି ସମସ୍ତେ ଥାନାରେ ହାଜର ହୋଇ ଆଗରୁ ହୋଇଥିବା ଚୁକ୍ତିପତ୍ର ଥାନା ଆଇଆଇସିଙ୍କୁ ଦେଖାଇବା ସହ ସଂହଘର ସଭାପତିଙ୍କୁ ବାକିଥିବା ଟଙ୍କା ମାଗିଥିଲେ । ୧୫ ଦିନ ମଧ୍ୟରେ ସଂଘର ସଭାପତି ଥାନା ଆଇଆଇସିଙ୍କ ଆଗରେ କହିଥିଲେ । ଥାନାରୁ ଗଲା ପରେ ସଂଘର ସଭାପତି ଗ୍ରାମାବସୀଙ୍କୁ ଟଙ୍କା ଦେଇନଥିଲେ । ପରେ ଡେଲାଙ୍ଗ ଥାନା ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ନାମରେ ୧୦୭ ଦଫା ଲଗାଇ ଏକ କେସ ରୁଜ କରିଛନ୍ତି । ଏହାକୁ ନେଇ ଡାକପଡା ଗ୍ରାମାବସୀ ମାନେ ଶାନ୍ତିପୁର୍ଣ୍ଣ ଭାବେ ତହସିଲକାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସେମାନଙ୍କର ଦାବି ସରକାରଙ୍କ ଅର୍ଥରେ ନିର୍ମତ୍ତି ଯୁବକସଂଘର ସମସ୍ତ ଗୃହକୁ ଅସ୍ଥାୟୀ ବାତ୍ୟା ଆଶୟସ୍ଥଳୀ କେନ୍ଦ୍ର ରୂପେ ଘୋଷଣା କରାଯାଉ । ସଂଘ ରଖିଥବା ୧ଲକ୍ଷ ୬୦ ହଜାର ଟଙ୍କା ଗ୍ରାମ ଠାକୁରଣୀଙ୍କ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ଦିଆଯିବା ପାଇଁ ସଂଘର ସଭାପତିଙ୍କୁ ନିର୍ଦ୍ଦେଶ ଦିଆଯାଉ ।ଶେଷରେ ଗ୍ରାମର ଯୁବକ ମାନଙ୍କ ନାମରେ ପୋଲିସ ୧୦୭ ଦଫା ଲଗାଇ କରିଥିବା କେସ ଉଠାଯାଉ । ଏହି ସମସ୍ତ ଦାବିକୁ ଜିଲ୍ଲା ପ୍ରଶାସନ ୧୫ ଦିନ ମଧ୍ୟରେ ଗ୍ରାମାବସୀ ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନ ମିଳେ ତା ହେଲେ ଗ୍ରାମାବସୀ ମାନେ ରାଜରାସ୍ତକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି । ସେଥିପାଇଁ ପ୍ରଶାସନ ସମ୍ପର୍ଣ୍ଣ ଭାବେ ଦାୟୀ ରହିବ ବୋଲି ଗ୍ରାମାବସୀ ମାନେ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି