ପାଲା ମାଧ୍ୟମରେ କରୋନା ସଚେତନତା
ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଗନ୍ଦ ଧରୁନାହିଁ । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଗାଁ କଲ୍ୟାଣ ସମିତିକୁ ଦଶ ହଜାର ଟଙ୍କା ସଚେତନତା କରିବା ପାଇଁ ପ୍ରଦାନ କରାଯାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକର ବଳପୁର ଗାଁ କଲ୍ୟାଣ ସମିତି ପକ୍ଷରୁ ମଙ୍ଗଳବାର ଜେନାସାହି, କୁଷୁମେଶ୍ୱର ଗ୍ରାମରେ ପାଲା ମାଧ୍ୟମରେ ସଚେତନତା କରାଯାଇଛି । ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟୁ ପରିଷଦ ପକ୍ଷରୁ ରମେଶ ଚନ୍ଦ୍ର ପଲେଇ, ଭରତ ଜେନା, ଧୁରନ୍ଦର ପ୍ରଧାନ, ସୁଦର୍ଶନ ପ୍ରଧାନ, ତ୍ରିନାଥ ବେହେରା ପାଲା ପରିବେଷଣ କରିଥିଲେ । ପାଲା ମାଧ୍ୟମରେ ଗ୍ରାମାବସୀଙ୍କୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକତା ନଥିଲେ ଘରୁ ନ ବାହାରିବା, ଜ୍ୱର, କାଶ, ଥଣ୍ଡା ଆଦି ହେଲେ ତୁରନ୍ତ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ସୁଚନା ଦେବା ପାଇଁ ପାଲା ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶାଦିଦି, ସରପଞ୍ଚ, ସ୍ୱାସ୍ଥ୍ୟ କର୍ମୀ , ଗାଁ କଲ୍ୟାଣ ସମିତିର ସଦସ୍ୟସଦସ୍ୟା ଓ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି