Breaking News

ଡେଲାଙ୍ଗ କରୋନାରେ ୨୮୯ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେ୨୩୬ ଜଣ

 ଡେଲାଙ୍ଗ ----- ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତ୍ୟକ ଦିନ ବଢିବାରେ ଲାଗିଛି । ଅନ୍ୟପକ୍ଷେ  କଟକଣା କୋହଳ ଦେଖି କେହି ମାନୁ ନାହଁନ୍ତି କୋଭିଡ-୧୯ ନିୟମକୁ । ରବିବାର ଦିନ ୩ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଗୁଆଳିପଡା ପଞ୍ଚାୟତ ଅଧିନସ୍ଥ ଗୁଡୁପାଇଲୋ ଗ୍ରାମରୁ ୨ଜଣ ଓ କଲ୍ୟାଣପୁର ରୁ ଜଣେ ଚିହ୍ନଟ ହୋଇଛନ୍ତ । ଏ ସମସ୍ତଙ୍କୁ  ହୋମକ୍ୱାରାଣ୍ଟାଇନିରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।  ଡେଲାଙ୍ଗରେ ଆଜି ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୯ଜଣ ହୋଇଥିବା ବେଳେ  ୨୩୬ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୩ ଜଣ ହୋମକ୍ୱାରାଣ୍ଟାଇନି ରହିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts