ଡେଲାଙ୍ଗରେ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ପାରିବାରିକ ସ୍ୱାସ୍ଥ୍ୟ କିଟ ବଣ୍ଟନ
ଡେଲାଙ୍ଗ----- ଡେଲାଙ୍ଗ ବ୍ଳକରେ ବନ୍ୟା ପାଣି ଛାଡିବା ପରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏବେ ଘରେ ଘରେ ଭୂତାଣୁ ଜନିତ ଜ୍ୱର, ଥଣ୍ଡା, ଦେଖିବାକୁ ମିଳୁଛି । ବନ୍ୟା ଜଳ ଛାଡି ଯିବାପରେ ଘରର ଚତୁପାଶ୍ୱର୍ ବିଶୋଧନ କରିବା ସହିତ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ପାରିବାରିକ ସ୍ୱାସ୍ଥ୍ୟ କିଟ ଦ୍ୱତୀୟ ପର୍ଯ୍ୟାୟ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡାଙ୍କ ତତ୍ୱବଧାନରେ ବଣ୍ଟନ କରାଯାଉଛି । ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ନେତୃତ୍ୱରେ ମୁନିନ୍ଦା ଗ୍ରାମ ପଞ୍ଚାୟତର ଅଳଉତା ଗ୍ରାମରେ ପାରିବାରିକ ସ୍ୱାସ୍ଥ୍ୟ କିଟ ବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାଳୟରେ ସୁଜନପୁର ଗ୍ରାମ ପଞ୍ଚାୟତର ବନ୍ୟା ଅଞ୍ଚଳରେ ଏହି କିଟ ବଣ୍ଟନ କରାଯାଇଥିବା ଅଧ୍ୟାପକ ଶ୍ରୀ ପରିଡା ସୁଚନା ଦେଇଛନ୍ତି । ମହାବିଦ୍ୟାଳୟର ଅଧ୍ୟାପକ ଯୁଧିଷ୍ଠିର ଘଟୁଆରୀ, ଦାଶରଥି ବଳବନ୍ତରୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ବିଷ୍ଣପ୍ରସାଦ ପ୍ରଧାନ, ଭରତ କୁମାର ପ୍ରଧାନ, କିଶୋର ଚନ୍ଦ୍ର ପରିଡା, ସୁରେଷ ସେଠୀ, ତପସ୍ୱନୀ ପାଢ଼ୀ, ବର୍ଷାରାଣି ରାଉତ, ଶଭଶ୍ରୀ ପିୟଦର୍ଶନୀ ପରିଡା, ସସ୍ମିତା ନାୟକ ଓ ସ୍ମୃତି ପ୍ରଜ୍ଞା ପାହାନ୍ତସିଂହ ପ୍ରମୁଖ ଯୋଗଦେଇ କିଟ ଗୁଡିକ ବଣ୍ଟନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି