ପ୍ରେମ କିଛି ଜାଣେ ନା :ଅନ୍ଧତ୍ବ ଦମ୍ପତି ଙ୍କ ଜୀଇଁବାର ସ୍ୱାଭିମାନ
କଳାହାଣ୍ଡି---- ବିଧାତାର ବିଧାନ ସଂଯୋଗରେ ଦୁହେଁ ଅନ୍ଧତ୍ୱ ବନ୍ଧା ହୋଇଗଲେ ପତିପତ୍ନୀ ରୂପେ। ସାକ୍ଷୀ ରଖି ଜୀବନ ବିତାଇବେ ସାରା ଜୀବନ,ଉଭୟ ଦୁଃଖ ସୁଖ ର ସାଥି ହୋଇ। ଦୁହେଁ ଜନ୍ମ ରୁ ଅନ୍ଧ । ଅନ୍ଧ ହୋଇଥିଲେ ବି ସ୍ୱାଭିମାନ ସହ ବଞ୍ଚିବାର ରାହା ଖୋଜିଛନ୍ତି।ସ୍ୱାବଲମ୍ବି ହେବା ନେଇ ଜାରି ରଖିଛନ୍ତି ପ୍ରୟାସ। ଦୁହେଁ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳିପାଲି ପଞ୍ଚାୟତ କାଦୋପଦର ଗାଁ ର ,ଠାକୁର କେତକୀ ଓ ଲକ୍ଷ୍ମୀ କେତକୀ । ବିଧାତା ର ମିଳନ ରେ ଦୁହେଁ ବନ୍ଧୁତ୍ୱ ରୁ ସାଜିଲେ ପତିପତ୍ନୀ ।ଏବେ ଏକାଠି ରହି ହସ ଖୁସି ରେ ରହିଛନ୍ତି। ତେବେ ଅନ୍ଧତ୍ବ ଆଗରେ ହାର ମାନି ନାହାଁନ୍ତି ବରଂ ଦୁହେଁ ସ୍ୱାବଲମ୍ବି ହେବାକୁ ମନରେ ଅନେକ ଆଶା ବାନ୍ଧିଛନ୍ତି । ଅନ୍ୟ ଉପରେ ନିର୍ଭର ନ କରି ନିଜେ ଖୁସିରେ ଜୀବନ ବିତାଇବାର ଚେଷ୍ଟା ଜାରି ରଖିଛନ୍ତି। ସରକାରୀ ସାହାଯ୍ୟ କହିଲେ ଦିବ୍ୟଙ୍ଗ ଭତ୍ତା ଓ ରାସନକାର୍ଡ ରେ ମାସକୁ ୧୦ କେଜି ଚାଉଳ ମିଳୁଛି । ଚାରି ପ୍ରାଣୀ କୁଟୁମ୍ବ ସେଥିରେ ଚଳିବା ମସ୍କୁଲ ହୋଇପଡୁଛି। ଲକ୍ଷ୍ମୀ ଧୂପ କାଠି,ମହମବତୀ ଓ ଫିନାଇଲ ପ୍ରସ୍ତୁତି କରିବା ତାଲିମ ନେଇ ତିଆରି ମଧ୍ୟ କରୁଛନ୍ତି।ତେବେ ସ୍ୱଳ୍ପ ଅର୍ଥ ରେ ଏସବୁ ପ୍ରସ୍ତୁତି କରିବା ଅସମ୍ଭବ ହୋଇପଡୁଥିବା ଦୁହେଁ ପ୍ରକାଶ କରନ୍ତି।ଏଥିପାଇଁ ଦିବ୍ୟଙ୍ଗ ଦୁହେଁ ସରକାରୀ ଋଣ ଅବା ସହାୟତା ପାଇଁ ବହୁ ଚେଷ୍ଟା କରିଛନ୍ତି।ଶେଷରେ କୋକସରା ବ୍ଲକ କୁ ଆସି ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଦ୍ୱରାସ୍ତ ହୋଇଥିବା ଜଣାପଡିଛି।ତେବେ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଦିବ୍ୟଙ୍ଗ ଙ୍କ ଉତ୍ସାହ ଓ ସ୍ୱାବଲମ୍ବି ପ୍ରତି ଆକୃଷ୍ଟ ହୋଇ ସରକାରୀ ସହାୟତା ର ହାତ ବଢ଼େଇଛନ୍ତି।ଦିବ୍ୟଙ୍ଗ ପତିପତ୍ନୀ ଙ୍କୁ ଯେକୌଣସି ଯୋଜନାରେ ମଧ୍ୟ ସାମିଲ କରାଯାଇ ଋଣ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ପ୍ରତିଶ୍ରୁତି ପାଇବା ପରେ ଦୁହେଁ ବେଶ ଉତ୍ସାହ ଥିବା ଦେଖାଦେଇଛି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ