ପୁରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ମିଳିଲା ରାଶନ କାର୍ଡ
ସାକ୍ଷୀଗୋପାଳ ----କଣାସ ଅଞ୍ଚଳର ଜଣେ ଯୁବକ ସଂଜୀବି ବଳିୟାରସିଂ ସତ୍ୟବାଦୀ ବ୍ଳକର ଷୋଳହଳ ଗ୍ରାମର ରୁପା ବେହେରାଙ୍କର ରାଶନ କାର୍ଡ ନଥିବା ସମ୍ପର୍କରେ ଟୁଇଟର ମାଧ୍ୟମରେ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ପୁରୀ ଜିଲ୍ଲା ପାଳ ବଳୱାନ୍ତ ସିଂ ଅଭିଯୋଗକୁ ଗ୍ରହଣ କରି ତୁରନ୍ତ ରାଶନ କାର୍ଡ ଯୋଗାଇ ଦେବା ପାଇଁ ସତ୍ୟବାଦୀ ବ୍ଳକଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଶ୍ରୀ ବଳ୍ରିାରସିଂ ପୁରୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି । ମାତ୍ର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଯୋଗାଣ ବିଭାଗ ଦୁର୍ନୀତିର ଗନ୍ତାଘର କହିଲେ ଅତୁକ୍ତି ହେବନାହିଁ । ଏହାର ପ୍ରମାଣ ଅନେକ ଥର ଦିଆଯାଇଛି । ସତ୍ୟବାଦୀରେ ନୂତନ ରାଶନ କାର୍ଡ ବାଣ୍ଟି ସତ୍ୟବାଦୀ ବ୍ଳକରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟି ନେଲେ ଯୋଗାଣ ବିଭାଗ । ଏବେ ଚାଉଳ ବସ୍ତା ପ୍ରତି ୧୦ ଟଙ୍କା ଅଧିକାରୀ ନେଉଥିବା ଡିଲର ମାନେ କହୁଛନ୍ତି । ସେହିପରି କିରୋସିନି ଲିଟର ପିଛା ୧୫ ରୁ ୨୦ ଟଙ୍କା ଅଧିକ ଦରରେ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ । ସମସ୍ତ ଖାଉଟି ମାନେ ବୋକା ପରି ଅନେଇ ରହିଛନ୍ତି । ଯେଉଁମାନେ ଅଭିଯୋଗ କଲେ ସେମାନଙ୍କୁ ବ୍ଳକ ଯୋଗାଣ ବିଭାଗ ଅଧିକାରୀଙ୍କ କଥା ଅନୁସାରେ ଡିଲର ମାନେ ଟଙ୍କା ଫେରାଇଲେ । ବଡ ଆଚାର୍ଯ୍ୟ କଥା ସତ୍ୟବାଦୀ ବ୍ଳକର ଯୋଗାଣ ବିଭାଗ ଅଧିକାରୀ ଯେତେ ଦୁର୍ନୀତି କଲେ ମଧ୍ୟ ତାଙ୍କର ବଦଳି ହେଉନାହିଁ ବୋଲି ଲୋକମାନେ କହନ୍ତି । କାରଣ ଜଣେ ଅସହାୟ ମହିଳାଙ୍କର ରାଶନ କାର୍ଡ କାଟି ଭଡାରେ ରହୁଥିବା ଲୋକଙ୍କୁ କାର୍ଡ ଦିଆଗଲା । ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନାହିଁ ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି । ଏବେବି ବହୁ ଅସହାୟ ପରିବାର ରାଶନ କାର୍ଡ ପାଇବାରୁ ବଞ୍ଚିତ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି