ପେଶାରେ ଚାକିରୀ ମାତ୍ର ନିଶା ହେଉଛି ବୃକ୍ଷ ରୋପଣ
ଡେଲାଙ୍ଗ ----- ଏପରି କିଛି ଲୋକ ଅଛନ୍ତି ସେମାନେ ପେଶାରେ ସରକାରୀ ଚାକିରୀ କରିଥିବା ବେଳେ ସେମାନଙ୍କର ନିଶା ହେଉଛି ଅନ୍ୟ କିଛି । ସେହିପରି ଡେଲାଙ୍ଗ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଜଣେ ସାଧାରଣ କର୍ମଚାରୀ ପ୍ରତାପ ଚନ୍ଦ୍ର ଦାସ । ବ୍ଳକରେ ଦାସ ବାବୁ ଭାବେ ବେଶ ପରିଚିତ । ଚାକିରୀ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ତାଙ୍କର ଅନ୍ୟ ଏକ ନିଶା ହେଉଛି ବୃକ୍ଷ ରୋପଣ । ଡେଲାଙ୍ଗ ଅଞ୍ଚଳ ନୁହେଁ ଏହାର ଆଖ ପାଖ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥିବା ଶୁଣିଲେ ସେଠାକୁ ଡକାଥାଉ କି ନ ଥାଉ ସେଠାରେ ଅତିଥି ଆସିବା ଆଗରୁ ଯାଇ ପହଞ୍ଚି ଯାଇଥାନ୍ତି । ଗାତ ଖୋଳାଯାଇଛି କି ନାହିଁ, ପାଣି ଦିଆହେବ କିପରି ଆଦି ବସୟରେ ତାଙ୍କର ଚିନ୍ତା ବଡି ଯାଇଥାଏ । ସେ ନିଜେ ମଧ୍ୟ ଛୁଟି ଦିନରେ ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ବୃକ୍ଷ ରୋପଣ କରିବା ସହ ଲୋକ ମାନଙ୍କୁ ବୃକ୍ଷ ରୋପଣ ସମ୍ପର୍କରେ ସଚେତନତା କରାଇଥାନ୍ତି । ଏଥିପାଇଁ ଡେଲାଙ୍ଗ ଅଞ୍ଚଳରେ ବେଶ ଜଣାଶୁଣା ବ୍ୟକ୍ତି ପାଲଟି ଯାଇଛନ୍ତି । ପରିବେଶକୁ ସବୁଜ ସୁନ୍ଦରକରିବା ସହ ବିଶ୍ୱ ତାପାୟନ ପ୍ରକୋପରୁ ପୃଥିବୀତଥା ଜୀବଜଗତକୁ ରକ୍ଷା କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସେ ପକୃତି ବନ୍ଧୁ ଭାବେ ପରିଚିତ ମଧ୍ୟ ହୋଇଛନ୍ତି । ପ୍ରକାଶ ଚନ୍ଦ୍ର ଛାଟୋଇଙ୍କ ସାଙ୍ଗରେ ଧରି ଡେଲାଙ୍ଗ ଷ୍ଟେସନ ବଜାରର ତ୍ରିନାଥ ମନ୍ଦିର, ଆନ୍ଧ୍ରା ବ୍ୟାଙ୍କ ପାଖ ରାସ୍ତା , ବୋଳକଣା, ରେଞ୍ଚ, ମହାବୀର ମନ୍ଦିର ଗୋବିନ୍ଦପୁର ଆଦି ଅଞ୍ଚଳରେ କଦମ୍ବ, ଚମ୍ପା, କୃଷ୍ଣଚୁଡା, ବର ଆଦି ବୃଧ ରୋପଣ କରିଥାନ୍ତି । ବୃକ୍ଷ ରୋପଣ ସହ ଗଛର ଯନ୍ତ୍ର ନେବା ତାଙ୍କର ପ୍ରଥମ କାମ ହୋଇଥାଏ ଶ୍ରୀ ଦାସଙ୍କର । ସମସ୍ତେ ଆଜି ଠାରୁ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯନ୍ତ୍ର ନେବା ପାଇଁ ଶ୍ରୀ ଦାସ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି