ସାମାନ୍ୟ ବଚସା କେନ୍ଦ୍ର କରି ଯୁବକ ର ବେକ କୁ ହାଣିଲା ନାବାଳକ ଯୁବକ
ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରି ଗ୍ରାମ ରେ ସାମାନ୍ୟ ବଚସା କୁ କେନ୍ଦ୍ର କରି ଜଣେ ନାବାଳକ ଅନ୍ୟ ଜଣେ ଯୁବକଙ୍କୁ ଉପରେ ପଛପଟ ବେକକୁ ଆକ୍ରମଣ କରିଛି । ଆହତ ଯୁବକ ବେକର ପଛପଟରେ ଗଭୀର ଷତ ସୃଷ୍ଟି ହୋଇଛି ।ଘଟଣା ସ୍ଥଳରେ ଯୂବକ ଗୁରୁତର ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଉଦ୍ଧାର କରି ୧୦୮ ଯୋଗେ ପ୍ରଥେମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛା ପରେ ପରେ ବ୍ରହ୍ମପୁର ବଡମେଡିକାଲ କୁ ପଠା ଯାଇଥିବା ଜଣା ପଡ଼ିଛି । ସୂଚନା ପ୍ରକାରେ ଆଜି ଅପରାହ୍ନ ପ୍ରାୟ ୩ ସମୟରେ ଏହି ଥାନା ଅନ୍ତର୍ଗତ ଛଣମେରି ଗ୍ରାମ ନୂଆସାହି ରେ ଗୁରୁତର ଯୁବକ ଜଣକ ହେଲେ ବଚ୍ଛ ବିଷୋୟୀ ଙ୍କ ପୁଅ ବାବୁଲା ବିଷୋୟୀ ବୋଲି ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସମୟ ରେ ବାବୁଲା ବିଷୋୟୀ ଗ୍ରାମ ର ନୂଆ ସାହି ର ଶଙ୍ଖ ଉପରେ ବସି ଥିଲେ ସେହି ସମୟ ରେ ଆକ୍ରମଣ କାରୀ ନାବାଳକ ସେହି ରାସ୍ତା ଅତିକ୍ରମ କରିଥିବା ବେଳେ ବାବୁଲା ବିଷୋୟୀ କିଛି ଅଶ୍ଳୀଳ ଭାଷା କହିଥିଲେ । ଏଥିରେ ନାବାଳକ ଜଣକ ଅତିଷ୍ଠ ହୋଇ ଘର ଭିତରୁ ଏକ କାତି ସାହାଯ୍ୟ ରେ ବାବୁଲା ବିଷୋୟୀ ଙ୍କ ବେକ ଉପରେ ଆକ୍ରମଣ କରିଥିଲା ଯାହା ଫଳରେ ଘଟଣା ସ୍ଥଳ ରେ ବାବୁଲା ବିଷୋୟୀ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ହୋଇ ଯାଇ ଥିଲେ । ଘଟଣା ସମ୍ପର୍କରେ ଦିଗପହଣ୍ଡି ଥାନା ଅଧିକାରୀ ଯୋଗା ଯୋଗ କରିବାରୁ ଥାନା ରେ କୌଣସି ମାମଲା ରୁଜୁ ହୋଇନଥିବା କହିଛନ୍ତି ।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ