Breaking News

ମାଣିକେଶ୍ଵରୀ ଛତୁଆ ପ୍ରସ୍ତୁତକାରୀ ମହିଳାଙ୍କ ନର୍ଲା ସିଡିପିଓଙ୍କ ନାମରେ ସଙ୍ଗୀନ ଅଭିଯୋଗ



କଳାହାଣ୍ଡି----- ନର୍ଲା ବ୍ଲକ ଅନ୍ତର୍ଗତ ତୁଲାଗାଁ ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନର୍ଲା ସିଡିପିଓଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ସ୍ଥାନୀୟ ସିଡିପିଓ ଦିପ୍ତୀ ମାର୍ଗାରେଟ ଖଣ୍ଡପାଣିକୁ ଖୋଲାଖୋଲି ଭାବରେ ଉକ୍ତ ଗୋଷ୍ଠୀର ମହିଳା ସଦସ୍ୟା ମାନେ ଅଭିଯୋଗ ଆଣିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ଏହି ଗୋଷ୍ଠୀର ମହିଳା ବାସନ୍ତୀ ରଣାଙ୍କ କହିବା ଅନୁଯାୟୀ ଗତ ୭ ବର୍ଷ ଧରି ତୁଲାଗାଁ ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଛତୁଆ ପ୍ରସ୍ତୁତକରି ସମନ୍ନିତ ଶିଶୁ ବିକାଶ ବିଭାଗର ତୁଳା ପଡା, ଭାନପୁର, ଓ ନର୍ଲା   ଅଙ୍ଗନବାଡି କେନ୍ଦ୍ରକୁ  ଯୋଗାଇ ଆସୁଥିଲେ। ଗତ ୩ ମାସ ଭିତରେ ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀ ସହ ମା ଗାୟତ୍ରୀ ସଂୟ ସହାୟକ ଗୋଷ୍ଠୀ,ରୁପ୍ରାର ମିଳିତ ଉଦ୍ୟମରେ ପୁଣି ସିଡିପିଓଙ୍କ ନିର୍ଦ୍ଦେଶରେ ଛତୁଆ ପ୍ରସ୍ତୁତ କରି ବଣ୍ଟନ କରିଥିଲେ।
ନିମ୍ନମାନର ଛତୁଆର ଅଭିଯୋଗ କ୍ରମେ ମା ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଛତୁଆ ପ୍ରସ୍ତୁତିରେ ପ୍ରତିବନ୍ଧକ ଲଗାଇବା ଯୋଗୁଁ ସେହି ସମୟରେ ସିଡିପିଓ ଦିପ୍ତୀ ମାର୍ଗାରେଟ ଖଣ୍ଡପାଣି ୨ଲକ୍ଷ ଟଙ୍କା ଡିପୋଜିଟ ପରେ ଛତୁଆ ପ୍ରସ୍ତୁତକରି ବଣ୍ଟନ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ମହିଳା ଗୋଷ୍ଠୀ ଧାରକରଜ କରି ଟର୍ମ ଜମା ନାମରେ ୨ ଲକ୍ଷ ଟଙ୍କା ଭାରତୀୟ ଷ୍ଟେଟ ବ୍ୟାଙ୍କ , ନର୍ଲାଠାରେ ଜମା କରିଥିଲେ।ଏହି କେନ୍ଦ୍ରର ଅନ୍ୟ ଜଣେ ମହିଳା ବୈଦେହୀ ରଣାଙ୍କ କହିବା ଅନୁଯାୟୀ ପ୍ରତିମାସରେ ଆମେ ସେକେଟାରୀ ପିଛା  ୧୦ ,୦୦୦ଟଙ୍କା ,ପ୍ରତିପର୍ବ ପର୍ବାଣୀ, କଳାହାଣ୍ଡି ଉତ୍ସବ ସମୟରେ ୨୦ରୁ ୩୦ ହଜାର ଟଙ୍କା ସିଡିପିଓଙ୍କୁ ଚାନ୍ଦା  ତାଙ୍କ ଆଦେଶ ମତେ ଯୋଗାଇ ଆସୁଥିଲୁ। ବର୍ତମାନ ସମୟରେ ଆମେ ଟଙ୍କାପଇସା ଦେବାରେ ଅବହେଳା କରୁଥିବାରୁ ଆମକୁ ଛତୁଆ ପ୍ରସ୍ତୁତିରୁ ବାଦ ଦିଆଯାଇଛି।ଯାହା ଦ୍ଵାରା ଆମର ପୂର୍ବରୁ ପ୍ରସ୍ତୁତ ଥିବା ହଜାର ହଜାର ଟଙ୍କାର ଛତୁଆ କେନ୍ଦ୍ରରେ ଦୀର୍ଘ ଦିନରୁ କ୍ଷତି ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସକାଶେ ଜନସାଧାରଣରେ ଦାବି ହେଉଛି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts