Breaking News

ଖୋର୍ଦ୍ଧା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା


ଖୋର୍ଦ୍ଧା ----- ଦୁଇ ଦିନ ପୂର୍ବରୁ ବର୍ଷୀୟାନ ସାମ୍ବାଦିକ ସ୍ବର୍ଗତ ଲକ୍ଷ୍ମୀଧର ସାହୁ ଙ୍କ ବିୟୋଗ ର ଦୁଃଖ ଖୋର୍ଦ୍ଧା ସାମ୍ବାଦିକ ପ୍ରତିନିଧି ଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ଦୁଃଖଦ ଖବର ସାମ୍ବାଦିକ ମହଲରେ ଶୋକ ର ଛାୟା ଖେଳେଇ ଦେଇଛି। ଗତ ୨୩ ତାରିଖ ରାତି ୧୧.୩୦ ରେ ବିଶିଷ୍ଟ ସାମ୍ବାଦିକ ପ୍ରତାପ ଦାସ ଙ୍କ ଦେହାନ୍ତ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ମିଶ୍ର ଙ୍କ ଆନୁକୁଲ୍ୟରେ ଏକ ଶୋକ ସଭା ଆୟୋଜନ କରା ଯାଇ ସ୍ବର୍ଗତ ଦାସ ଙ୍କ ସ୍ମୃତି ଚାରଣ କରାଯାଇଥିଲା ।ସ୍ବର୍ଗତ ଦାସ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଥିଲେ ,ଜଣେ ପରୋପକାରୀ ଏବଂ ବନ୍ଧୁ ପ୍ରେମୀ ଥିଲେ ।ସଂଘର ସମ୍ପାଦକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପାଇକରାୟ,ଉପଦେଷ୍ଟା ଶୁଭ୍ର ରଞ୍ଜନ ଦାସ,ସୂର୍ଯ୍ୟ ନାରାୟଣ ମହାନ୍ତି,ସୁବାସ ଦାସ୍,ପ୍ରଦୀପ କୁମାର ବେହେରା,ଜିତେନ୍ଦ୍ର ସାହୁ,ନାରାୟଣ ମହାନ୍ତି,କାଳନ୍ଦୀ ଚରଣ୍ର ବ୍ରହ୍ମା,ଶ୍ୟାମ ସୁନ୍ଦର ଜେନା,ପ୍ରଦୀପ୍ତ ରାମ,ଦେବେନ୍ଦ୍ର କୁମାର ଦାସ,ପ୍ରଭାତ ବଳିଆରସିଂ ଏବଂ ଶଙ୍କର କଲ୍ୟାଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଭାତ ମିଶ୍ର ଖୋର୍ଦ୍ଧା

Blog Archive

Popular Posts