Breaking News

ଡେଲାଙ୍ଗ -- କଣାସ ରାସ୍ତାରେ ବନ୍ୟା ପାଣି


   ଡେଲାଙ୍ଗ ----- ଡେଲାଙ୍ଗ- କଣାସ ରାସ୍ତା ଉପରେ ଲୁଣା ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଏପରିକି ଗହିର, ଗ୍ରାମ ରାସ୍ତା ଓ ବିଭିନ୍ନ ନାଳ ଦେଇ ଏହି ବନ୍ୟା ଜଳ ପ୍ରବେଶ କରୁଛି । ବେରବୋଇ- ଡେଲାଙ୍ଗ ହାଟ ରାସ୍ତାରେ ପାଣିର ସୁଅ ଚାଲୁଥିବା ବେଳେ ଡେଲାଙ୍ଗ ହାଟ ବଜାର ଠାରୁ ମୁନିନ୍ଦା ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୧ ଫୁଟରୁ ୨ ଫୁଟ ଉଚ୍ଚରେ ପାଣିରୁ ସୁଅ ଚାଲିଛି । ଲୋକମାନେ ବିପଦ ପୂର୍ଣ୍ଣ ଭାବେ ମଟର ସାଇକେଲ ଧରି ଯିବା ଆସିବା କରୁଥିବାର ଦେଖାଯାଇଛି । ବନ୍ୟା ପାଣି ରାସ୍ତା ଉପରେ ବୋହିବା ଦ୍ୱାରା ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ଗଲାଣି । ଅନ୍ୟ ପକ୍ଷେ ପାଣି ହେବାରୁ ବିଭିନ୍ନ ସରୀସୃପ ମାନେ ପାଣିରେ ଏଣେତେଣେ ବୁଲୁଥିବାର ଦେଖାଯାଇଛି । କେତେକ ସରୀସୃପ ମାନେ ବିଭିନ୍ନ ଗଛ ଓ ଉଚ୍ଚ ଯାଗାରେ ଆଶ୍ରୟ ନେଉଥିବାର ଦେଖାଯାଇଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts