Breaking News

ଡେଲାଙ୍ଗରେ ୧୦ ପଜେଟିଭ୍ ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩

 ଡେଲାଙ୍ଗ ----  ଡେଲାଙ୍ଗ ବ୍ଲକରେ ଶୁକ୍ରବାର ୧୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।  ସେମାନେ ହେଲେ ରେଞ୍ଚ ,ମଣିଜିପୁର,ଗୁଆଳିପଡା,ଚିତଳପୁର,ହୁମର,ଓଡତରବୋଇ ରୁ ଜଣେ ଲେଖାଏଁ ହୋଇଥିବା ବେଳେ ପ୍ରହରାଜପୁର ଓ ବୋଳକଣା ଗ୍ରାମରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସମସ୍ତ ଚିହ୍ନଟକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ମୋଟ ୬୬ଟି କ୍ୟାମ୍ପରେ ୪୨୨୩ ଜଣଙ୍କର ସ୍ୱାବ ପରିକ୍ଷା କରାଯାଇଥିବା ବେଳେ ଆଣ୍ଟିଜେନ ଟେଷ୍ଟ ୨୯୭୮ଜଣ ସ୍ୱାବ ପରିକ୍ଷା ୧୨୪୫ ଜଣଙ୍କର ଟେଷ୍ଟ କରାଯାଇଛି । ଶୁକ୍ରବାର ୧୦ଜଣ ଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ଡେଲାଙ୍ଗ ବ୍ଲକରେ ଆଜି ପର୍ଯ୍ୟନ୍ତ ୨୭୩ ରେ ପହଞ୍ଚିିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts