Breaking News

ହୃଦ ଘାତରେ ବିଜେଡି କର୍ମୀଙ୍କର ପରଲୋକ


 ସାକ୍ଷୀଗୋପାଳ ----   ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ବାଁ ବରଡା ଗ୍ରାମର ଯୁବଚାଷୀ ଓ ବିଜେଡି କର୍ମୀ ତପନ କୁମାର ସ୍ୱାଇଁ  (୫୨)ଙ୍କର  ବୁଧବାର ବିଳମ୍ବିତ ରାତିରେ ହୃଦ ଘାତରେ ପରଲୋକ ହୋଇଯାଇଛି । ସୁଚନା ଯୋଗ୍ୟ ଯେ ଶ୍ରୀ ସ୍ୱାଇଁ ରାତିରେ ଖାଇପିଇ ସାରି ଶୋଇଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ୬ନଂମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଜଣେ ସଫଳ ଚାଷୀ ସହିତ  ବିଜେଡି ଦଳର ଟାଣୁଆ କର୍ମୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଏହି ଖବର ପ୍ରସାରିତ ହେବାପରେ ଶୁକଳ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଜଳନ୍ଦର ସେଠୀ, ଓକିଲ ସେନାପତି, କଳ୍ପତରୁ ମହାପାତ୍ର, ଜଗବନ୍ଧୁ ପ୍ରଧନାଙ୍କ ସହିତ ବହୁ ବିଜେଡି କର୍ମୀ ଶ୍ରୀ ସ୍ୱାଇଁଙ୍କୁ ଶେଷ ଦର୍ଶନ କରିଥିଲେ ।  ଶେଷରେ ଗ୍ରାମ ଶଶ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ତୁଷାର ରଞ୍ଜନ ସ୍ୱାଇଁ ମୁଖାଗ୍ନି ଦେଇଥିଲେ । 



ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts