Breaking News

ପାରିବାରିକ କଳହରୁ ମହିଳାଙ୍କୁ ହତ୍ୟା


ଖୋର୍ଦ୍ଧା ----ଖୋର୍ଦ୍ଧାର ମୁକୁନ୍ଦ ପ୍ରସାଦ, ପୋଡା ସାହି ତଥା ୨ ନମ୍ୱର୍ ୱାର୍ଡ ରେ ଏକ ମହିଳାଙ୍କୁ ବିଭ୍ରତ୍ସ ଭାବେ ହତ୍ୟା କରାଯାଇଛି । ଘଟଣା ସୂତ୍ରରୁ ପ୍ରକାଶ ଅଭିଯୋଗ କାରିଣୀ ପୋଡାସାହି ସୀତା ବେହେରା(୫୨) ସ୍ବାମୀ ସ୍ୱର୍ଗତ ହଟିଆ ବେହେରା ଙ୍କ ଝିଅ ସସ୍ମିତା ବେହେରା(୨୮) ଙ୍କୁ ତାଙ୍କ ସ୍ବାମୀ ହରେକୃଷ୍ଣ (୩୨) ଏକ ଲୁହା ଛଡ଼ ରେ ସସ୍ମିତା ଙ୍କ ମୁଣ୍ଡ କୁ ପିଟି ମାରି ଦେଇଛି ବୋଲି ଶିଳ୍ପାଞ୍ଚଳ ଥାନାରେ ସୀତା ଲିଖିତ ଅଭିଯୋଗ  କରିଛନ୍ତି। ହରେକୃଷ୍ଣ ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ କରିଛି। ମୃତା ସସ୍ମିତା ୧୧ ବର୍ଷ ତଳେ ପଟ୍ଟାମୁଣ୍ଡାଇ ଥାନା ପୋଖରିଆ ପଡା ରେ ବାହା ହୋଇଥିଲେ। ସସ୍ମିତା ବାହାଘର ପରଠାରୁ ସୀତାଙ୍କ ପାଖରେ ରହି ଆସୁଥିଲେ।କିଛିଦିନ ତଳେ ହରେକୃଷ୍ଣ ଙ୍କ ଗାଡ଼ି ଧକ୍କା ରେ ଗୋଡ଼ ଭାଙ୍ଗି ଯାଇଥିବାରୁ ,ମେଡିକାଲ୍ ଯିବା ପାଇଁ ଦୁଇ ତିନି  ଦିନ ତଳେ ସେ ସୀତା ଙ୍କ ଘରକୁ  ଆସିଥିଲେ ।ଗତ କାଲି ରାତିରେ କୌଣସି କାରଣ ବଶତଃ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇ ଏପରି ଘଟଣା ହୋଇଛି ବୋଲି ସୀତା ଅଭିଯୋଗ କରିଛନ୍ତି ।ହରେକୃଷ୍ଣ ଏବଂ ସସ୍ମିତା ଙ୍କ ଏକ ୭/୮ ବର୍ଷର ପୁଅ ଅଛି ।ଏତଲା କ୍ରମେ ଶିଳ୍ପାଞ୍ଚଳ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଜାରି ରଖିଛି । ‌

Blog Archive

Popular Posts