କରୋନା ମହାମାରୀ ର ମୁକାବିଲା ପାଇଁ ଅତାବିରା ରେ ସାମୁହିକ ବୈଠକ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଳାରେ କରୋନା ତାର କାୟା ବିସ୍ତାର କରି ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଇ ଲୋକଙ୍କ ନିଦ ହଜାଇ ଦେଇଛି । ଅତାବିରା ରେ ଆଜି କରୋନା ମୁକାବିଲା ପାଇଁ ମାରୱଡ଼ି ଧର୍ମଶାଳା ଠାରେ ଜନ ସାଧାରଣଙ୍କ ପକ୍ଷରୁ ଏକ ସାମୁହିକ ବୈଠକ ଅନୁଷ୍ଠିତ ହେଇଥିଲା। ସେଥିରେ ଆଗାମୀ ୧ତାରିଖରୁ ୪ତାରିଖ ତଥା ଗୁରୁବାର ଠାରୁ ରବିବାର ଦିନ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ତଥା ଔଷଧ,ଦୁଗ୍ଧ,କିଟ ନାଶକ ଓ ସାର ଓ ଛାତ୍ରଛାତ୍ରୀ ମାନଙ୍କ ଅନ୍ ଲାଇନ୍ ଶିକ୍ଷା କାର୍ଯ୍ୟକ୍ରମକୁ ଛାଡି ବାକି ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ତଥା ଦୋକାନ ବଜାର ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି । ବ୍ଲକ କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ବିଡିଓ,ତହସିଲଦାର,ଆଇଆଇସି,
ଏନଏସି ଇଓ ଙ୍କ ଉପସ୍ଥିତି କ୍ରମେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଆଗକୁ ମଧ୍ୟ ୪ଦିନ ବନ୍ଦ ପରେ ମହାମାରୀ କୁ ପ୍ରତିହତ କରିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।ସେହିପରି କୋଭିଡ ନିୟମକୁ ଉଲଂଘନ କରି ମାସ୍କ ପିନ୍ଦି ନଥିବା,ସାମାଜିକ ଦୂରତାକୁ ଉଲଂଘନ କରୁଥିବା ଲୋକଙ୍କୁ ତଣ୍ଡ ସହ ଦଣ୍ତ ମଧ୍ୟ ଗଣିବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ ସୂଚନା କରାଯାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍...