Breaking News

ପିପିଲି ପୋଲିସ ମୋବାଇଲି , ଭ୍ୟାନିଟି ଲୁଟେରାଙ୍କୁ ଧରିଲା ; ୮ ମୋବାଇଲି, ୩ ମଟର ସାଇକେଲ ଜବତ


 ପିପିଲି---   ସକାଳ ଠାରୁ ରାତି ପର୍ଯ୍ୟନ୍ତ ଲୁଟେରା ମାନଙ୍କର ସ୍ୱର୍ଗଭୂମି ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି । ଏପରିକି ଲୋକମାନେ ଏକୁଟିଆ ବାଇକିରେ ଯିବାକୁ ଭୟ କରିଲେ । ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇ ଆସୁଥିଲା । ପିପିଲି ଥାନାରେ ମାସକ ମଧ୍ୟମରେ ୧୫ରୁ ୨୦ ଟି ଅଭିଯୋଗ ହୋଇଥିବା ବେଳେ କେତେକ ଅଭିଯୋଗ ହୋଇନଥିଲା । ପିପିଲି ଥାନା ଅନ୍ତର୍ଗତ ପୋଡଙ୍ଗ ଗ୍ରାମର ସାଗରିକା ସାହୁଙ୍କର ଭ୍ୟାନିଟି ବ୍ୟାଗ ଛଡାଇ ନେଇଥିବା ନେଇ ଅଭିଯୋଗ କରିଥିଲେ । ପିପିଲି ଥାନା କେସନଂ ୬୪/୨୦ ଏକ କେସରୁଜ କରି ତଦନ୍ତ ଜାରି ରହିଥିଲା । ୨୭୪/୨୦ କେସନଂ ଡେଲାଙ୍ଗ ଥାନା ଗୁଡୁପାଇଲେ ଗ୍ରାମର ଲିଙ୍ଗରାଜ ମଲିକ ଅଭିଯୋଗ କରିଥିଲେ ମୋବାଇଲି ଫୋନ ଛଡାଇ ନେଇଥିବା ନେଇ ଅଭିଯୋଗ କରିଥିଲେ । କେସନଂ  ୨୭୯/୨୦ ନିମାପଡା ଚାରିଛକର ନବଘନ ଦାସ ତାଙ୍କ ଠାରୁ ମୋବାଇଲି ଚୋରି ହୋଇଥିବା ନେଇ ପିପିଲି ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ପିପିଲି ପୋଲିସ ପକ୍ଷରୁ ତଦନ୍ତ କରି ୬ ଯୁବକଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ମୋବାଇଲି ଚୋର ହୋଇଥିବା ବେଳେ ଅନ୍ୟ ତିନି ଜଣ ମୋବାଇଲି କିଣିଥିବା ପୋଲିସ ଠାରୁ ସୁଚନା ମିଳିଛି । ସେମାନେ ହେଲେ ପିପିଲି ଥାନା କୃଷ୍ଣପୁରୁର    ସିପୁ ଓରଫ ପବିତ୍ର  ବେହେରା ( ୨୧)  , ଆତୁତୋଷ ନାୟକ ଓରଫ ରିଙ୍କୁ (୧୯) , ହରିଅନ୍ତାର ରାକେଶ ସ୍ୱାଇଁ ( ୨୩) ଓରଫ ପାପୁନି ଏମାନେ ରାସ୍ତାରୁ ମୋବାଇଲି ଓ ଭ୍ୟାନିଟି ଛଡାଇ ନେଇଥାନ୍ତି । ଚୋରା ମୋବାଇଲି କିଣିଥିବା ଅଭିଯୋଗରେ ବହ୍ମଗିରି ସାହସପୁରର ମନୋଜ ନାୟକ (୨୨) , କଣାସ ଟିପୁରୀର ସରଣିସେନ ସ୍ୱାଇଁ (୩୦) ଓ ଡେଲାଙ୍ଗ ଡାକପଡା ଗ୍ରାମର ଅନିଲ ଖଟେଇ (୨୨)ଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ କଳା ରଙ୍ଗର ପଲସର ( ଏଡି- ୦୨- ବିଜେ- ୭୫୮୭ ) , ନୀଳ ରଙ୍ଗର ୟାମା କମ୍ପାନୀର ଏଫଜେଡେ ଗାଡି ନଂ ( ଓଡି-୧୩- ଏନ- ୬୦୧୯ )  ଓ ଆଠଟି ଚୋରା ମୋବାଇଲି ଫୋନ ପୋଲିସ ଜବତ କରିବାରେ ସଫଳ ହୋଇଛି । ଏମାନେ ଉତ୍ତରାଛକ ଠାରୁ ପୁରୀ ମଧ୍ୟରେ ଜାତୀୟ ରଜପଥରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରି ଭ୍ୟାନିଟି ଓ ମୋବାଇଲି ଲୁଟ କରିଥାନ୍ତି ବୋଲି ପିପିଲି ଥାନା ଆଇଆଇସି ଗୌୀରଙ୍ଗ ଚରଣ ପୁଷ୍ଟିଙ୍କ ଠାରୁ ପ୍ରକାଶ । ୪ଟି ମୋବାଇଲିର ନିଜ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଆଇଆଇସିଙ୍କ ଠାରୁ ସୁଚନା ମିଳିଛି । ଏହି ଟିମରେ ଥାନାର ଉପ ଆରକ୍ଷୀ ନିରିକ୍ଷକ ସନ୍ଦୀପ କୁମାର ଦାସ, ସହାୟକ ଉପ ଆରକ୍ଷୀ ନିରିକ୍ଷକ ରବୀନ୍ଦ୍ର କୁମାର ନାୟକଙ୍କ ସହିତ ଥାନାର ଅନ୍ୟ କର୍ମଚାରୀ ମାନେ ଚଡାଉରେ ସାମିଲ ହୋଇଥିଲେ । 

 ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts