Breaking News

ନା ବାଳିକାର ଆପତ୍ତିଜନକ ଫଟୋ ଭାଇରାଲ କରି ଯୁବକ ଗିରଫ

 ସାକ୍ଷୀଗେ।।ପଳ ----ପ୍ରଥମେ ଦେଖା ସାକ୍ଷାତ ପରେ ହସା ହସି, ଫୋନ ନମ୍ବର ଦିଆନିଆ ପର୍ବ ସରିବା ପରେ ପ୍ରେମ ଆରମ୍ଭ ହୋଇଥାଏ । ପ୍ରେମରେ କେତେବେଳେ ସଫଳତ କେ୍େ‌ତବେଳେ ବିଫଳ ହୋଇଥାଏ । ସେହିପରି ସତ୍ୟବାଦୀ ଥାନା ଅଞ୍ଚଳରେ ଏକ ନାବାଳିକାକୁ ପ୍ରେମରେ ଫସାଇ ତାର କେତେକ ଅନ୍ତରଙ୍ଗ ବେଳର ଭିଡିଓ କରି ନେଇଥିଲେ ଯୁବକ ଜଣକ । ପରେ ଏହି ଫଟୋ ଓ ଭିଡିଓ ଅନ୍ୟ ଜଣଙ୍କ ନାମରେ ଫେସବୁକରେ ଛାଡିଥିଲେ । ଏହା ଜାଣି ପାରି ନାବାଳିକା ଜଣଙ୍କ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୩୩୩/୨୦ ରେ ଏକ କେସରୁଜ କରି ଚଦନ୍ତ କରିବା ସହ ଗଡିଶାଗଦା ଥାନା ଅନ୍ତର୍ଗତ ବିଲପାଟଣା ଗ୍ରାମର କୃଷ୍ଣ ଚରଣ ପରିଡାଙ୍କ ପ୍ରୁତ୍ର ବିକାଶ ପରିଡାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସତ୍ୟବାଦୀ ହାଇସ୍କୁଲରେ ବୃତ୍ତି ପରୀକ୍ଷା ଦେବା ପାଇଁ ସାନ ଭାଇ ଓ ଭଉଣୀକୁ ନେଇକି ଆସିଥିଲେ । ସେମାନେ ପରୀକ୍ଷା ହଲକୁ ଗଲା ପରେ ବିଦ୍ୟାଳୟ ବାହାରେ ବସିଥିବା ବେଳେ କଥାବାର୍ତ୍ତା ଆରମ୍ଭ ହୋଇ ପ୍ରେମ ସମ୍ପର୍କ ଗଡି ଉଠିଥିଲା । ପରେ ଦୁଇ ପରିବାର ଏହା ଜାଣି ପାରି ଝିଅର ବୟସ ହେଲେ ବାହାଘର କରିବା ପାଇଁ ରାଜି ହୋଇଥିଲେ । ମାତ୍ର ବିକାଶ ସାଙ୍ଗରେ ଝିଅକୁ ନେବାକୁ କହିବାରୁ ଝିଅ ଘର ନ ଛାଡିବାରୁ ରାଗରେ ବିକାଶ  ଉଠାଇଥିବା କେତେକ ଅନ୍ତରଙ୍ଗ ମୂହୁର୍ତ୍ତିର ଫଟୋ ଓ ଭିଡିଓ ଭାଇରାଲ କରିଥିବା ନାବାଳିକା ଜଣଙ୍କ ଥାନାରେ ଦେଖାଇବା ପରେ ଯୁବକଙ୍କୁ ଗିରଫ କରାଯାଇଥିବା ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts