Breaking News

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ ; ଚାରିଜଣ ଗୁରୁତର


ଭଦ୍ରକ----- ୨୦୧୯ ନିର୍ବାଚନର ରାଜନୈତିକ ଉଷ୍ଣତା ଦେଢ଼ବର୍ଷ ରୁ ଉର୍ଦ୍ଧ ହେଲେ ମଧ୍ୟ ଛକା ପଞ୍ଝାର ଖେଳ ସରିନାହିଁ । ପୂର୍ବରୁ ଦୁଇ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ନିଜର ରାଜନୀତି ମଇଦାନରେ ଉଭୟ ଉଭୟଙ୍କ ମଧ୍ୟରେ ସାମ୍ନା ସାମ୍ନି ହେବା ଦ୍ଵାରା ତିକ୍ତତା ସୃଷ୍ଟି ହୋଇଥିଲା । ନିର୍ବାଚନର ଦେଢ଼ ବର୍ଷ ପୁରିଲା ପରେ ମଧ୍ୟ ସେ କ୍ରୋଧ ଥମୁନାହିଁ । ସିମୁଳିଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ କର୍ମୀ ମାନେ ବହୁବାର ବିରୋଧୀ ଦଳର ଥିବା ଡୁଙ୍ଗୁରା ପଞ୍ଚାୟତ ସ୍ଥିତ ରଘୁନାଥପୁର(ବି)ର ଭରତ ଦତ୍ତ , ପଞ୍ଚାନନ ଦତ୍ତ , ରତ୍ନାକର ଦତ୍ତ , ଦାମୋଦର ଦତ୍ତ ଏବଂ ପରିବାର ର ଅନ୍ୟ ସଦସ୍ୟ ମାନଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ବାରମ୍ବାର ସେମାନଙ୍କ ଗୁଣ୍ଡାଗିରି ରେ ଅତିଷ୍ଠ ହୋଇ ଭରତ ଦତ୍ତ ଥାନାରେ ଅଭିଯୋଗ କରିଥିଲେ । କୌଣସି ଆଶାନୁରୂପ ପଦକ୍ଷେପ ନିଆଯାଇନଥିଲା । ଗତ ୨୬ ତାରିଖ ଦିନ ଶହେରୁ ଉର୍ଦ୍ଧ କର୍ମୀ ସଂଘ ବଦ୍ଧ ହୋଇ  ଦତ୍ତ ପରିବାରର ସଦସ୍ୟ ମାନଙ୍କୁ ମାଡ଼ ମାରିବା ସହ ଗାଡ଼ି ଓ ଦୋକାନ ଭାଙ୍ଗି ଦେଇଥିଲେ । ଦତ୍ତ ପରିବାରର ଚାରିଜଣ ଗୁରୁତର ହୋଇ  ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅତି ଗୁରୁତ୍ୱର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ସିମୁଳିଆ ଥାନା ଅଧିକାରୀ ଆସି ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ତିନି ଜଣଙ୍କର ବୟାନ ନେବା ପରେ ଅପର ପକ୍ଷର ପାଞ୍ଚ ଜଣଙ୍କୁ ଗିରଫ କରିବା ସହ କୋଟ ଚାଲାଣ କରିଥିବାର ସୂଚନା ମିଳିଛି ।
 ଭଦ୍ରକ ରୁ ପ୍ରମୋଦ ନାୟକ

Blog Archive

Popular Posts