Breaking News

କନ୍ଧମାଳ ଜିଲ୍ଲାରେ କରୋନା ପ୍ରାଦୁର୍ଭାବ ବଢୁଥିବା ବେଳେ, କୋଟଗଡ ଅଞ୍ଚଳବାସୀ ଙ୍କ ଖାତିର ନାହି


 କନ୍ଧମାଳ--- କନ୍ଧମାଳ ଜିଲ୍ଲାରେ  କରୋନା ପ୍ରାଦୁର୍ଭାବ ବଢୁଥିବା ବେଳେ, କୋଟଗଡ ଅଞ୍ଚଳବାସୀ ଙ୍କ ଖାତିର ନାହି । କୋବିଡ ନିୟମ ଉଲଂଘନ କରି ଖେଳିଲେ ବ୍ଲକ  ସ୍ଥରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସୁବର୍ଣଗିରି ଗ୍ରାମପଞ୍ଚାୟତ ବାସୀଙ୍କ କୋବିଡ ନିୟମ ଉଲଂଘନ କରି  ଗାଜିନାଜୁ ଗ୍ରାମ ରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି  |ଏଥିରେ ମୁଖ୍ୟ  ଅତିଥି ଭାବେ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତ ସରପଞ୍ଚ ମାର୍କ ସୁକାମାଝୀ  । ଖେଳ ଉଦ୍ଘାଟନ ସମୟରେ ବହୁ  ରାଜନେତା ମଧ୍ୟ ଉପସ୍ଥିତ ରହିଥିବା ଦେଖିବା କୁ ମିଳିଛି । ଲୋକମାନଙ୍କ ପାଖରେ ମାସ୍କ ନା ସାମାଜିକ ଦୂରତା ସତେ ଯେମିତି  କରୋନା  ମହାମାରୀ ଉଭା ହେଇଗଲା,   ଯାହା  ଫଳରେ ନିର୍ଭୟରେ ୨୦୦୦ ରୁ ଉର୍ଦ୍ଧ୍ବ ଲୋକ କିପରି ଠିଆ ହେଇଛନ୍ତି । ଭାରତରେ କରନା ମହାମାରୀ ଦିନକୁ ଦିନ ବଢ଼ିବାରେ ଚାଲିଛି ଏବଂ କନ୍ଧମାଳ ଜିଲ୍ଲା ରେ  ଲୋକମାନଙ୍କ ର ଜୀବନ ମଧ୍ୟ ନେଉଛି । ଏ ସମୟରେ ଲୋକମାନେ ଖେଳ କୁଦ କରି ମଜା ନେଉଛନ୍ତି, ସରପଞ୍ଚ କିପରି ଖେଳ କରିବାକୁ ଅଧିକାର ଦେଇଛନ୍ତି ।କୋଟଗଡ଼ IIC ହରମୋହନ ନାୟକ କହନ୍ତି ବିନା ପରିମିସନ ରେ ଖେଳ କରିଛନ୍ତି  । ଥାନା ଅଧିକାରୀ ଅନୁଷ୍ଠାନ ଗ୍ରହଣ କରୁଛନ୍ତି  ଦେଖିବାକୁ ରହିଲା । କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts