ବିପନ୍ନଙ୍କୁ ଶାଢ଼ୀ ଓ ମଶାରୀ ବାଣ୍ଟିଲେ ଫଳ ଦୋକାନୀ ଫୁସନ
ବରୀ- ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ବରୀ ବ୍ଲକ ସର୍ବାଧିକ କ୍ଷତି ହୋଇଥିଲା । ବର୍ତ୍ତମାନ ପଯ୍ୟନ୍ତ ପ୍ରଶାସନ କ୍ଷତି ଗ୍ରସ୍ତ ଙ୍କ ପାଖରେ ସଠିକ ଭାବେ ପହଁଚି ପାରିନାହିଁ । ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଲ ପାଇଁ ବରୀ ତହସିଲକୁ ଆସି ବାରମ୍ବାର ଫେରୁଥିବା ବେଳେ ସେଥି ପାଇଁ ପ୍ରଶାସନର ନଜର ନାହିଁ। କ୍ଷତି ଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବରୀ ବଜାର ଜଣେ କ୍ଷୁଦ୍ର ଫଳ ଦୋକାନୀ ଫୁସନ। ଘାଇ ମୁହଁରେ ଥିବା ରମ୍ପା ପଞ୍ଚା ୟତର ଦଳିତ ବସ୍ତି ର ତିନି ଶହ ପରିବାରକୁ ଶୁଖୁଲା ଖାଦ୍ୟର ପୁଡ଼ିଆ ସହିତ ବିଧବ୍ବା ସ୍ତ୍ରୀ ଲୋକମାନ ଙ୍କୁ ଶାଢ଼ୀ ଓ ଅସହାୟ ମାନଙ୍କୁ ମଶାରୀ ବଣ୍ଟନ କରିଛନ୍ତି।
ବରୀ ଅଞ୍ଚଳରେ ବହୁ ଧନୀକ ଶ୍ରେଣୀର ବ୍ୟକ୍ତି ଥିଲାବେଳ ଜଣେ କ୍ଷୁଦ୍ର ଫଳ ଵ୍ୟଵସାୟଙ୍କ ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ବନ୍ୟା ସମୟରେ ପାଣି ଘେରରେ ରହି ଘରୁ ବାହାରି ପାରୁ ନଥିବା ସମୟରେ ରବୀନ୍ଦ୍ର ମଲ୍ଲିକ(ଫୁସନ) ଡଙ୍ଗା ସାହାଯ୍ୟରେ ଯାଇ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ମଲ୍ଲିକଙ୍କୁ ପଚାରିବାରୁ ସେ କୁହନ୍ତି ରମ୍ପା ,ପଘିରା, ନେଉଳା,
ଭୁରୁଙ୍ଗା, ଅରୁଆଳ,ଅରଙ୍ଗା ବାଦ, ଫୁଲୁପୁର,ରଜାପୁର ଗ୍ରାମର ଅସହାୟ ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ ଶ୍ରୀଘ୍ର ମଶାରୀ ଓ ଶାଢ଼ୀ ପ୍ରଦାନ କରାଯିବ ବୋଲି କହି ଛନ୍ତି। ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ଭରତ ସେଠି, ସରୋଜ ଜେନା,ରମାକାନ୍ତ ବେହେରା,ଆଶିଷ କୁମାର ପଣ୍ଡା, ଯୁଲୁ ମହାନ୍ତି,ରଂଜନ କୁମାର ପାଢ଼ୀ , ଶିଲୁ ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ସହଯୋଗ କଟିଥିଲେ।
ବରୀରୁ - ଦର୍ଶନ ବେହେରା