ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗଛ ଦେଇ ସ୍ୱାଗତ
ଡେଲାଙ୍ଗ ----- ରାଜ୍ୟରେ ମହାମାରୀ କରୋନା ଯୋଗୁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି । ରାଜ୍ୟ ସରକାର ବିଭିନ୍ନ ବିଦ୍ୟାଳୟରେ ପଡି ରହିଥିବା ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ପୂରଣ କରିଛନ୍ତି । ଏହି ଅବସରରେ ଡେଲାଙ୍ଗ ବ୍ଳକର ବେରବୋଇ ସରକାରୀ ହାଇସ୍କୁଲରେ ନୂତନ ଭାବେ କାମିନୀ ପ୍ରଭା ବେହେରା ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେବ- ଦି- ଆର୍ଥ ଫାଉଣ୍ଡେସନ ବୋଳକଣା , ଡେଲାଙ୍ଗର ପ୍ରତିଷ୍ଠାତା ତଥା ପ୍ରକୃତି ବନ୍ଧୁ ବିଶ୍ୱଜୀତି ପରିଡା ଗଛ ଓ ଉପଢ଼ୌକନ ଦେଇ ସ୍ୱାଗତ କରିଛନ୍ତି । ଗ୍ଳୋବାଲ ୱାରମିଙ୍ଗ ହେଉଛି ବିଶ୍ୱର ସବୁଠାରୁ ବଡ ସମସ୍ୟା । ଏହାର ପ୍ରଭାବରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଜଳବାୟୁ ପରିବର୍ତ୍ତନ ହୋଇଯାଉଛି । ଜଳସ୍ତର କମିବାରେ ଲାଗିଛି । ମଣିଷ କାମ କରିବାକୁ ଶକ୍ତି ପାଉନାହିଁ ବିଭିନ୍ନ ସମସ୍ୟା ଦେଖାଯାଇଛି । ଏଥିରୁ ରକ୍ଷା ପାଇବାକୁ ହେଲେ ଗଛ ଲଗାଇବା ଆବଶ୍ୟକତା ହୋଇ ପଡିଛି । ଶ୍ରୀ ପରିଡା ବୃକ୍ଷ ପ୍ରତି ସଚେତନତା ବୃଦ୍ଧି ପାଇଁ ଗଛଟିଏ ଉପହାର ଦେବା ଏକ ଆନ୍ଦୋଳନରେ ପରିଣତ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଜ୍ୟୋତିମୟୀ ସ୍ୱାଇଁ, ବିଦ୍ୟାଳୟର କମିଟିର ସଭ୍ୟ, ସଭ୍ୟା ମାନେ ଉପସ୍ଥିତି ରହିଥିଲେ । ବିଦ୍ୟାଳୟକୁ ଏକ ସବୁଜ ବଳୟ ସୃଷ୍ଟି କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି