Breaking News

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଔଷଧୀୟ ବୃକ୍ଷ ରୋପଣ


 ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ଠାରେ ଥିବା ଗୋପବନ୍ଧୁ ସ୍ମୃତି ଚିକିତ୍ସା କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରାଯାଇଛି । ନୂତନ କରି ଗଢ଼ି ଉଠିଥିବା ଜୟ ଜଗନ୍ନାଥ ଗ୍ରୁଫର ପୁରୀ ଜିଲ୍ଲାର ସଭାପତି ରାଜେଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ରବିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଔଷଧୀୟ ବୃକ୍ଷ  ଯଥା ଅଁଳା, ଗଙ୍ଗଶିଉଳି ପ୍ରାୟ ୧୫ଟି ଗଛ ରୋପଣ କରାଯାଇଛି । ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦିପଙ୍କର ମିଶ୍ର, ସଦସ୍ୟ ମାନସ ରଞ୍ଜନ ପଣ୍‌ଡା, କାହ୍ନୁ ପାତ୍ର, କବିରା ନନ୍ଦ ମିଶ୍ର, ଲକ୍ଷ୍ମୀନାରାୟଣ ମିଶ୍ର, ଆଲୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥତ ରହି କାର୍ଯ୍ୟକମ ପରିଚାଳନାରେ ସହଯୋଗ କରିଥିଲେ । ପରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠାନର ସମ୍ପାଦକ  ଦିପଙ୍କର ମିଶ୍ରଙ୍କ ଆହ୍ୱନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନେ ଏକ ରକ୍ତ ଦାନ ଶିବିର କରିବା ପାଇଁ  ପ୍ରସ୍ତାବ ଗ୍ରହଣ କରାଯାଇଥିବା ସଭାପତି ଶ୍ରୀ ମିଶ୍ରଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts