Breaking News

ଚାଷ ଜମିରେ ରୋଗପୋକ,ଚାଷୀ ଚିନ୍ତାରେ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲାରେ ଏବେ ବିଭିନ୍ନ ସ୍ଥାନରେ ଚାଷ ଜମିରେ ରୋଗପୋକ ଲାଗିଛନ୍ତି ।କେତେବେଳେ ନକଲି କୀଟନାଶକ ଶିକାର ତ ଆଉ କେତେବେଳେ ଦୈବିଦୁର୍ବିପାକର ଶିକାର ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି ।
ଏବେ ପୁଣି ମହାମାରୀ କରୋନା ମାଡ଼ । ବିଭିନ୍ନ ସ୍ଥାନରେ ଫସଲରେ ରୋଗପୋକର ଦୌରାତ୍ମ ବଢ଼ିବାରେ ଲାଗିଛି।ଯଦ୍ୱାରା ଶହ ଶହ ଏକର ଖରିଫ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ବାବେବିରା ଗାଁରେ ନଳୀପୋକର ପ୍ରାଦୁର୍ଭାବ । ନଷ୍ଟ ହେଲାଣି ଶହ ଶହ ଏକର ଧାନ ଫସଲ। ସର୍ବହରା ହେଲେଣି ଚାଷୀ । ଏତେ ସମସ୍ଯା ହେଲାପରେ ବି କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କୃଷି ଅଧିକାରୀ ଙ୍କ ନିଦ ଭାଙ୍ଗୁନାହିଁ। ଆଜିଯାଏ କେହିହେଲେ  ଦୃଷ୍ଟି ଦେଉନାହାନ୍ତି।ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ସାର ଓ କୀଟନାଶକ  ସିଞ୍ଚନ କଲାପରେ ବି କୌଣସି ସୁଫଳ ମିଲୁନାହିଁ।ଏପରିକି ଜିଲ୍ଲା ପ୍ରଶାସନ ଅଧିକାରୀ ବିକ୍ରି କରୁଥିବା କୀଟନାଶକ ଔଷଧ ପ୍ରତି ଦୃଷ୍ଟି ନଦେଇ ପଦକ୍ଷେପ ନନେବା ଫଳରେ ନକଲି ଔଷଧ କିଣି ଚାଷୀ ସର୍ବସ୍ବାନ୍ତ ହେଲେଣି।
ବାବେବିରାର ପ୍ରମୋଦ ବାରିକଙ୍କ ୧୦ଏକର,ଅର୍ଜୁନ ଦୀପଙ୍କ ୨ଏକର,ରଜନ ନାଏକଙ୍କ ୬ଏକର,ପ୍ରମୋଦ ନାଏକଙ୍କ ୩ଏକର,ପ୍ରକାଶ ନାଏକଙ୍କ ୧୩ଏକର ଓ ଭିକାରୀ ବାରିକଙ୍କ ୬ଏକର ଜମି ନଳୀ ପୋକରେ ସଂପୂର୍ଣ୍ଣ ରୁପେ ନଷ୍ଟ ହୋଇଛି।ଏହିପରି ଅତାବିରା ଅଞ୍ଚଳର ଅନେକ ଚାଷୀଙ୍କ ଏକର ଏକର ଧାନ ନଷ୍ଟ ହୋଇଗଲାଣି।ଏଣୁ ବାବେବିରା କୃଷକ ସଂଗଠନ ସଂପାଦକ ପ୍ରକାଶ ନାଏକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ଚାଷୀମାନଙ୍କ ନଷ୍ଟ ହୋଇଥିବା ଫସଲକୁ ପରିଦର୍ଶନ କରିବା ସହ ସେମାନଙ୍କ କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ସାତଦିନ ଭିତରେ କେନ୍ଦ୍ର ସରକରଙ୍କୁ ଲିଖିତ ଭାବେ ଜଣାଇ  କ୍ଷତିପୁରଣ ଦେବାପାଇଁ ଦାବି କରାଯାଇଛି । ଏହାକୁ ନେଇ କୌଣସି ଚାଷୀର ଯଦି କିଛି ଅଘଟଣ ଘଟେ ତେବେ ପ୍ରଶାସନ ଏଥିପାଇଁ ଦାୟୀ ରହବେ ବୋଲି  ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । କ୍ଷତିପୁରଣ ଦିଆ ନଗଲେ ଭବିଷ୍ଯତରେ ଚାଷୀମାନେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି କହିଛନ୍ତି। ଓଡିଶା ରାଜ୍ଯ କୃଷକ ସଂଗଠନର ଉପ ସଭାପତି ଭିକାରୀ ବାରିକ ଓ ସଂପାଦକ ବସନ୍ତ ବାରିକ ଦାବିକୁ ସମର୍ଥନ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାପାଇଁ  ବିଭିନ୍ନ ଚାଷୀ ସଂଗଠନ ମାନେ ଦାବୀ କରିଛନ୍ତି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....

Blog Archive

Popular Posts