Breaking News

ସାମ୍ବାଦିକଙ୍କ ମାତୃ ବିୟୋଗ


 ସାକ୍ଷୀଗୋପାଳ  -----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମର ଧର୍ମପ୍ରାଣ ମହିଳା ନେତ୍ରମଣି ପ୍ରଧାନଙ୍କ ୮୫ ବର୍ଷରେ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଯାଇଛି । ସେ ଦୀର୍ଘଦିନ ହେବ ବାର୍ଦ୍ଧ୍ୟକ ଜନିତ ରୋଗରେ ଘରେ ରହି ଚିକିତ୍ସା ହେଉଥିଲେ । ତାଙ୍କର ଏକମାତ୍ର ପୁଅ  ସାମ୍ବାଦିକ ତଥା ନିତିଦିନର ସହ ସମ୍ପାଦକ ମନୋରଞ୍ଜନ ପ୍ରଧାନଙ୍କର ମାତୃ ଅଟନ୍ତି । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ରବଧୁ,  ନାତି ଆର୍ଶିବାଦ ପ୍ରଧାନ, ପୁତୁରା ପଦ୍ମଚରଣ ପ୍ରଧାନ, ରମେଶ ପ୍ରଧାନ, ଦିଆର ଅଲେଖ ପ୍ରଧାନ, ଜମ୍ବେଶ୍ୱର ପ୍ରଧାନ ଙ୍କ ସହିତ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ନେତ୍ରମଣି ଜଣେ ମିଷ୍ଠାବାସୀ, ଧର୍ମପ୍ରାଣ, ପରୋପକାରୀ, ସ୍ନେହୀ, ବନ୍ଦୁବତ୍ସଳ ମହିଳା ଥିଲେ । ଏହି ଖବର ଆଜ ସକାଳେ ି ପ୍ରସାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶେଷଦର୍ଶନ କରିଥିଲେ । ଶେଷରେ ଗ୍ରାମ ଶସ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ପୁତ୍ର ମନୋରଞ୍ଜନ ମୁଖାଗ୍ନି ଦେଇଥିଲେ ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts