ଆମପାଣି ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେବା ଭିଡିଓ ଭାଇରାଲ
କଳାହାଣ୍ଡି---କଳାହାଣ୍ଡି ଜିଲ୍ଳା ରେ ରାଜ୍ୟ ସରକାର ଙ୍କ ୫-ଟି କିମ୍ବା ‘ମୋ ସରକାର’ କୁ ଖାତିର କରୁନାହାଁନ୍ତି ସରକାରୀ କର୍ମଚାରୀ । ବିଭିନ୍ନ ଯୋଜନାରେ ଚାଲିଛି ଦୁର୍ନୀତି । ଏପରିକି ଖୋଲା ଖୋଲି ଲାଞ୍ଚ ନେଉଛନ୍ତି ରାଜସ୍ୱ ବିଭାଗ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅନ୍ତର୍ଗତ ଆମପାଣି ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ । ଏଠାରେ କାର୍ଯ୍ୟରତ ରାଜସ୍ଵ ନିରୀକ୍ଷକ ଅମରକାନ୍ତ ମଙ୍ଗରାଜ ଲୋକଙ୍କ ଜମି ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଜଣେ ଗରିବ ଲୋକ ଜମି ର ମ୍ୟୁଟେସନ୍ କରିବା ପାଇଁ ସଂପୃକ୍ତ ରାଜସ୍ବ ନିରୀକ୍ଷକ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପଇସା ଦେଲେ ୫/ ୭ ଦିନରେ କାମ ହେବ । ନଦେଲେ କାମକୁ ଅଟକାଇ ଦେବି ବୋଲି କହୁଥିବା ଭିଡିଓ ରେ ଦେଖିବାକୁ ମିଳିଛି । ଅନ୍ୟ ଜଣେ ଗରୀବ ଲୋକ ୫ଶହ ଟଙ୍କା ଲାଞ୍ଚ ଦେଉଥିବା ବେଳେ ସଂପୃକ୍ତ କର୍ମଚାରୀ ଜଣକ ଆହୁରି ଟଙ୍କା ମାଗୁଥିବା ଭିଡିଓ ରୁ ସ୍ପଷ୍ଟ ବାରି ହୋଇ ପଡୁଛି । ରାଜସ୍ବ ନିରୀକ୍ଷକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ କଳାହାଣ୍ଡି ରାଜସ୍ବ ବିଭାଗର ଅସଲ ଗୁମର ଖୋଲିଛି । ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ