ଅଭୟଚାନ୍ଦ ପୁର ଥାନା ଅଞ୍ଚଳରେ ଚୋରା ମଦର ବନ୍ୟା, ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ନିରବଦ୍ରଷ୍ଟା
ଜଗତସିଂହପୁର-----ଦିନକୁ ଦିନ ପାରାଦ୍ୱୀପ ଅଞ୍ଚଳରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ ସୁଗାର ବିକ୍ରି କରି ବେପାରୀ ଓ ଦୋକାନୀ ମାନେ ମାଲାମାଲ ହେଉଛନ୍ତି । ହେଲେ ଲୋକେ ଯାତାୟାତ କରୁଥିବା ରାସ୍ତାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ହେଲେ ଏମାନଙ୍କୁ କିଛି ଫରକ ପଡୁନାହିଁ ଯେମିତି ଏମାନଙ୍କୁ ସରକାରଙ୍କ ପକ୍ଷରୁ ନିଶା ବିକ୍ରୟ କରିବା ପାଇଁ ସ୍ୱୀକୃତି ଦିଆଯାଇଛି । ଏଭଳି ଅଭିଯୋଗ ଆଣିଛନ୍ତି ପାରାଦ୍ୱୀପ ଉପକଣ୍ଠ ଅଭୟଚାନ୍ଦ ପୁର ଥାନା ଅନ୍ତର୍ଗତ ବଗଦିଆ ପଞ୍ଚାୟତ ନୂଆସାହି ଗ୍ରାମର ଜଣେ ସମାଜସେବୀ । ସୂଚନାଯୋଗ୍ୟ ଅଭୟଚାନ୍ଦ ପୁର ଥାନା ଅଞ୍ଚଳର ରଙ୍ଗିଆଗର୍ଡ ଠାରେ ଥିବା ଏନ ବିହାର ପୋଲ ତଳ, ବଗଦିଆ ଘେରିବନ୍ଧ, ଏବଂ ଥାନା ପଛପଟେ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ଭଳି ଚୋରା ମଦ ବେପାର ହେଉଛି ।ତେବେ ଚୋରା ମଦ ଦୋକାନ ବନ୍ଦ କରିବା ପାଇଁ ସମାଜ ସେବୀଙ୍କ ପକ୍ଷରୁ ବିଭିନ୍ନ ମହଲରେ ଚିଠି କରାଯାଇଛି । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ କରିଛନ୍ତି । ସମାଜସେବୀ ଧୀରେନ୍ଦ୍ର ବିଶ୍ବାଳଙ୍କ କହିବା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାରୁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଭୟଚାନ୍ଦ ପୁର ପୋଲିସ ଏବଂ ପାରାଦ୍ୱୀପ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି । ଯଦି ଆଗାମୀ ଦିନରେ ଚୋରା ମଦ ବିକ୍ରି କରୁଥିବା ବେପାରୀ ମାନଙ୍କ ପ୍ରତି କାର୍ଯାନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ସ୍ଥାନୀୟ ଥାନା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ କାର୍ଯାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟ ପଟେ ସ୍ଥାନୀୟ ଅଭୟଚାନ୍ଦ ପୁର ଥାନା ଅଧିକାରୀଙ୍କୁ ଅନ୍ୟତ୍ର ଜାଗାକୁ ବଦଳି ନିମନ୍ତେ ତିନି ପଞ୍ଚାୟତର ଲୋକେ ଉପରୋକ୍ତ ଅଫିସରଙ୍କୁ ଚିଠି କରିଥିବା ଜଣାପଡ଼ିଛି । ଏଠି ପ୍ରଶ୍ନ ଉଠେ ଅଭୟଚାନ୍ଦ ପୁର ଥାନା ଅଧୀନରେ ବିପୁଳ ମାତ୍ରାରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ ସୁଗାର ବିକ୍ରି ହେଉଛି ହେଲେ ସ୍ଥାନୀୟ ପୋଲିସ ଓ ପାରାଦୀପ ଅବକାରୀ ବିଭାଗ ଜାଣିପାରୁନାହାନ୍ତି କିପରି ତାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।ଜଗତସିଂହପୁରରୁ ପ୍ରଳୟ ମହାପାତ୍ର, ସାକ୍ଷୀଗୋପାଳ ନିଉଜ