କୋଭିଡ-୧୯ ଆଇନକୁ ଲୋକେ ମାନୁ ନାହାନ୍ତି ; ସତ୍ୟବାଦୀରେ ଗାଁ ଗାଁରେ କରୋନା ପଜିଟିଭ
ସାକ୍ଷୀଗୋପାଳ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ପ୍ରତିଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଡିବାରେ ଲାଗିଛି । କମିବାର ନାଁ ଗନ୍ଦ ଧରୁନାହିଁ । ଅଙ୍ଗନବାଡି କର୍ମୀ ଓ ଆଶାଦିଦି ମାନେ ଯେତିକି ଲୋକମାନଙ୍କୁ ସଚେତନତା କରାଉଛନ୍ତି ସେତିକି । ପ୍ରତି ବ୍ଳକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକାରୀ ନିଯୁକ୍ତି ହୋଇଛନ୍ତି ଲୋକମାନଙ୍କୁ ମହାମାରୀ ସମ୍ପର୍କରେ ସଚେତନତା କରାଇବା ପାଇଁ । ମାତ୍ର ଏମାନେ ଖରା ଭୟରେ ଏମାନେ ଶୀତ ତାପ ନିୟନ୍ତ୍ରଣ ଘରେ ବସି ଆଶା ଓ ଗାଁ କଲ୍ୟାଣ ସମିତି ଉପରେ ରାଜ ଚଳାଇଥିବା ଜଣେ ସ୍ୱାସ୍ଥ୍ୟ କର୍ମୀ କହନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏବେ କରୋନା ପଜିଟିଭଙ୍କ ସଂଖ୍ୟା ହୁ ହୁ ବଡିବାରେ ଲାଗିଛି । ବିଶେଷ କରି ବଜାର ପାଖ ଗ୍ରାମ ଗୁଡିକରେ ପଜିଟିଭଙ୍କ ସଂଖ୍ୟା ଅଧିକ ଦେଖାଯାଉଛି । ଯାହାକି ସେମାନେ ନିଜର ଛେପ , ଖଙ୍କାର ଚାରି ଆଡେ ପକାଇବା ସହ ବଜାର ଓ ଗ୍ରାମରେ ବୁଲୁଥିବାର ଦେଖାଯାଇଛି । ଯାହା ଫଳରେ ଏମାନେ ଜଣେ ଜଣେ ସୁପର ସ୍ପ୍ରେଡର ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉନଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି । ବଜାରରେ ଲୋକ ମାନଙ୍କ ମୁହଁରେ ଅଛି ନା ମାସ୍କ ନା ସାମାଜିକ ଦୂରତା ମାନୁଛନ୍ତି । କେହି କହିବାକୁ ନାହଁ ବା କେହି ମାନିବାକୁ ନାହାନ୍ତି । ପୁରୀ ଜିଲ୍ଲା ପାଳ ଏଥିପ୍ରତି ଦୃଷ୍ଟ ଦେବା ସହ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଗ୍ରାମକୁ ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି । ନଚେତ ସାକ୍ଷୀଗୋପାଳରୁ ଶହଶହ ସଂଖ୍ୟାରେ କରୋନାରେ ମରିବେ ଏଥିରେ ସନ୍ଦେହ ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି