ପିଲାଙ୍କ କଳିକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ; ତିନି ମହିଳା ଗୁରୁତର
ସାକ୍ଷୀଗୋପାଳ ---- ପିଲାଙ୍କ କଳିକୁ ନେଇ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମରେ ଏକ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଘଟି ଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଉଭୟ ପକ୍ଷ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ମାଗୁଣି ପ୍ରଧାନଙ୍କ ପୁତୁରା ଆକାଶ ପ୍ରଧାନ ( ୧୪)ଦାଣ୍ଡରେ କୌଣସି କାରଣକୁ ନେଇ ବକାବନା କରିବାରୁ ଆକାଶକୁ ବକାବନା ନ କରିବାକୁ ବାରଣ କରିଥିଲେ । ମାତ୍ର ଆକାଶ କିଛି ନ ଶୁଣି ବକାବନା କରି ବାରୁ ତାଙ୍କୁ ମାଡ ମାରିଥିଲେ । ତା ପାଟି ଶୁଣି କୁନି ପ୍ରଧାନ, ମେଘି ପ୍ରଧାନ, ପୂଜା ପ୍ରଧାନ ଆକାଶକୁ ରକ୍ଷା କରିବା ପାଇଁ ଆସିବାରୁ ପଫୁନା ପ୍ରଧାନ, ଆଲୋକ ପ୍ରଧାନ, ପ୍ରଭାକର ପ୍ରଧାନ, ପ୍ରଦୀପ ପ୍ରଧାନ ଓ କୁମ୍ଭାଟୁ ପ୍ରଧାନ ମିଳିତ ଭାବେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯାହା ଫଳରେକି ମେଘି ପ୍ରଧାନ ଓ ପୂଜା ପ୍ରଧାନ ଏବେ ପୁରୀ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ବିଶେଷ କରି ପୂଜା ପ୍ରଧାନଙ୍କ ଅବସ୍ଥା ଗୁରୁତର ରହିଥିବା ମେଡିକାଲ ସୁତ୍ରରୁ ପ୍ରକାଶ । ଅନ୍ୟ ପକ୍ଷେ ପ୍ରଭାକର ପ୍ରଧାନଙ୍କ ପରିବାର ପ୍ରଭାବଶାଳୀ ହୋଇଥିବାରୁ ଉକ୍ତ କେସକୁ ରଫାଦଫା କରିଦେବା ପାଇଁ ଚାପ ପକାଇଥିବା ଜଣାପଡିଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି