Breaking News

ବଡତୋଟା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା ; ତଣ୍ଡ ଗଣିଲେ ଅମାନିଆ


ଜଟଣୀ - ଜଟଣୀ ବ୍ଲକ ଅନ୍ତର୍ଗତ ବଡତୋଟା ଗ୍ରାମରେ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ସେହି ଗ୍ରାମକୁ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଜଟଣୀ ତହସିଲଦାର, ବିଡ଼ିଓ, ପୌରାଞ୍ଚଳ ଅଧକ୍ଷ, ଅତିରିକ୍ତ ତହସିଲଦାର ଏବଂ ଜଟଣୀ ପୋଲିସ  ଉକ୍ତ ଅଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କୁ ସଚେତନ କରିବାସହ ସମ୍ପୂର୍ଣ ଗ୍ରାମକୁ କଣ୍ଟେନମେଣ୍ଟ ପାଳନ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । 
   
 ଏହା ସହ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ନୀଳଚକ୍ର ମାର୍କେଟ, ରାଜାବଜାର, ମହୁଲଗୁଡ଼ିଆ ଅଞ୍ଚଳ ବୁଲିବାସହ କୋଭିଡ ନିୟମ ଉଲଂଘନ କରିଥିବା ଦୋକାନୀ ଓ  ବ୍ୟକ୍ତି ବିଶେଷ ମାନଙ୍କ ଠାରୁ  ୪୮୦୦ ଟଙ୍କା ଆଦାୟ କରିବାସହ ଗୋଟିଏ ଦୋକାନ ସିଲ କରାଯାଇଥିବା ଜଣାପଡିଛି । 
  ଜଟଣୀରୁ --ରଙ୍ଗନାଥ ବେହେରା

Blog Archive

Popular Posts