Breaking News

ହାଇଟେକ ଥାନା ଉଦଘାଟିତ ହୋଇଯାଇଛି


କଳାହାଣ୍ଡି---- କଳାହାଣ୍ଡି ଜିଲ୍ଲା  ଗୋଳାମୁଣ୍ଡା ଠାରେ ଏକ ନୂତନ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ ,ଏସପି ବି.ଗଙ୍ଗାଧର, ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସହିତ ଧର୍ମଗଡ ବିଧାୟକ  ମହୋଷଧି  ବାଗ , ପୋଲିସ  ଡିଜି କୋରାପୁଟ , ଏସପି  କଳାହାଣ୍ଡିଙ୍କ ସହ ବହୁ ଭଦ୍ର  ବ୍ଯକ୍ତି  ଯୋଗ ଦେଇଥିଲେ । ଆଇନଜୀବୀ ଓ ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଥାନା ହାଇଟେକ ପ୍ରଣାଳୀରେ ନିର୍ମିତ ହୋଇଥିବା ବେଳେ ସବୁ କାର୍ଯ୍ୟ ତୁଲାଇବାରେ ସୁବିଧା ଜନକ ହେବ ବୋଲି ଡ଼ିଆଇଜି ସୂଚନା ଦେଇଛନ୍ତି । ଏହି ଅବସରରେ ଥାନା ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

କଳାହାଣ୍ଡିରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts