ଘାଇର ସ୍ଥାୟୀ ମରାମତି ଓ ରିଲିଫ ଯୋଗାଣରେ ପାତର ଅନ୍ତରକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଅଗାରେ ଧାରଣା ଦେଲେ ଗ୍ରାମାବସୀ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତର ଚଣ୍ଡୀ ଛକରେ ଲୁଣା ନଦୀରେ ବନ୍ୟା ଆସିଲେ ଚଣ୍ଡୀ ଛକରେ ଘାଇ ସୃଷ୍ଟି ହେଉଛି । ଯାହା ଫଳରେକି ଧାନକେରା ଗ୍ରାମ ପଞ୍ଚାୟତପାଣି ଘେରରେ ରହିଥାଏ । ଏବଂ ଶହ ଶହ ହେକ୍ଟର ଧାନ ଜମି ନଷ୍ଟ ହୋଇଥାଏ । ମାତ୍ର ଚଳିତ ବନ୍ୟାରେ ଘାଇ ସୃଷ୍ଟି ହୋଇଥିଲା । ମାତ୍ର ମଝିପଡା, ଧାନକେରା ପାଞ୍ଚପଣ, ଧାନକେରା ଏଗାର ପଣ, ହଳଦୀଘୋରଡା ନଇକୂଳ ପାଟଣାର ଗ୍ରାମାବସୀ ମାନେ ରିଲିଫ ଯୋଗାଣରେ ପାତର ଅନ୍ତର ସହିତ ଘାଇର ସ୍ଥାୟୀ ପ୍ରତିକାର ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଗ୍ରାମାବସୀ ମାନେ ଧାରଣା ଦେଇଛନ୍ତି । ଗ୍ରାମାବସୀଙ୍କ ପକ୍ଷରୁ ଏ ସମ୍ପର୍କରେ ବିଧାୟକ ପ୍ରଦୀପ ମହାରଥୀ, ଡେଲାଙ୍ଗ ତହସିଲଦାର, ବିଡିଓଙ୍କୁ ଅବଗତ କରାଇଥିଲେ । ମାତ୍ର ସାତଦିନ ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ ହେବାରୁ ଚାରି ସାହି କମିଟି ପକ୍ଷରୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ସରପଞ୍ଚ ବା ପଞ୍ଚାୟତ ଅଧିକାରୀ କାର୍ଯ୍ୟାଳୟ ଗେଟରେ ଚାବି ପକାଇ କେହିନଥିବାର ଦେଖା ଯାଇଥିଲା । ସ୍ଥାନୀୟ ଲୋକମାନେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ମାତ୍ର ଅପରାହ୍ନରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଜେନା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କ ସହିତ ଏହି ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଅପରାହ୍ନରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଆନ୍ଦୋଳନକାରୀ ମାନଙ୍କ ପାଖରେ ପହଞ୍ଚ ଆଲେଚନା କରିବା ସହ ଏକ ଦାବିପତ୍ର ଗ୍ରହଣ କରିଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନକାରୀ ମାନେ ହଟିଥିଲେ । ଏହି ଆନ୍ଦୋଳନରେ ଚାରିସାହି କମିଟିର ସଭାପତି ଇଶ୍ୱର ଚନ୍ଦ୍ର ବରାଳଙ୍କ ସହ ଗ୍ରାମର ମୁରବି ବାନାମ୍ବର ପ୍ରଧାନ, ବିଦ୍ୟାଧର ପ୍ରଧାନ, ଗୁଣନିଧି ସ୍ୱାଇଁ, ପ୍ରସନ୍ନ କୁମାର ପାଢ଼ୀ, ଓ ନାଏବ ସରପଞ୍ଚ ବିଷ୍ଣପିୟା ବିଶ୍ୱାଳ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି