ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକଅନ୍ତର୍ଗତ ଗୌଡହାଟ ଗାଁ କଲ୍ୟାଣ ସମିତି ପକ୍ଷରୁ ମହାମାରୀ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିରଣପଡା ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ଥିବା ଏହି ଗାଁ କଲ୍ୟାଣ ସମିତି ପକ୍ଷରୁ ଗୌଡହାଟରେ ପାଲା, ମାଇକି ଯୋଗେ ପ୍ରଚାର, ଗ୍ରାମ୍ୟ ସଫେଇ, ର୍ୟାଲି , ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିଳା ସ୍ୱାସ୍ଥ୍ୟ କର୍ମୀ, ମହିଳା ଗୋଷ୍ଠୀ ଓ ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ କରାଯାଇଥିଲା । ସସ୍ମିତା ମହାରଣା, ଝରଣା ଗିରି, ଶିଶୁଳା ଭୋଇ, ସଂଞ୍ଜୁକ୍ତା ଗିରି, ବୈକୁଣ୍ଠ ଗିରି, ବିଜୟ ଭାରତୀ, ଗାୟତ୍ରୀ ଭାରତୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି