ସମାଜସେବୀ ରାଜକିଶୋର ସାବତଙ୍କର କରୋନାରେ ପରଲୋକ
ସାକ୍ଷୀଗୋପାଳ---- ସମାଜସେବୀ ରାଜକିଶୋର ସାବତ( ୫୮ ) ବର୍ଷ ବୟସରେ ମହାମାରୀ କରୋନାରେ ପିଡ଼ୀତ ହୋଇଥିଲେ । ରବିବାର ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ବେସରକାରୀ ହାସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ସେ ପିଲା ଦିନରୁ ଦୃଷ୍ଟିହୀନ । ମାତ୍ର ସେ ଅନ୍ଧ ମୁକ ବଧିର କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଥିଲେ । ତାଙ୍କ କର୍ମମୟ ଜୀବନରେ ଦୃଷ୍ଟିହୀନ ସିଟି ବିଏଡ୍ ଏମଇଟି ତାଲିମ କଲେଜ ,ଦାତବ୍ୟ ଚିକିତ୍ସାଳୟ ,ରତ୍ନାକର ଯୁକ୍ତ ଦୁଇ କଲେଜ , କୋଣାର୍କରେ ଇଂରାଜୀ ମିଡିୟମ ସ୍କୁଲ , ସେ ନିଖିଳ ଉତ୍କଳ ଦୃଷ୍ଟିହୀନ ସଂଘ ସଭାପତି ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ପ୍ରତିଷ୍ଠାତା ସଭାପତି ଓ ଦୃଷ୍ଟିହୀନ ଆଶ୍ରୟସ୍ଥଳ ପରିଚାଳନା କରୁଥିଲେ । ପ୍ରତି ବର୍ଷ ରାଜ୍ୟସ୍ତରୀୟ ଭିନ୍ନକ୍ଷମ କ୍ରିଡା ପ୍ରତିଯୋଗିତା କରି ଆସୁଥିଲେ। ବିଭିନ୍ନ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ଜଣେ ସୁବକ୍ତା ଭାବରେ ଜଣାଶୁଣା ଥିଲେ। ଭିନ୍ନକ୍ଷମ ଅଲୋଡା ନୁହଁନ୍ତି ସେମାନେ ଜାତି ସଂପଦ ବୋଲି ସ୍ୱର୍ଗତ ସାବତ ଯେଉଁ ଟିକି ଯାଆନ୍ତି ତାଙ୍କ ଅଭିଭାଷଣରେ ସେ କହିଥାନ୍ତି। ସେ ଅବିବାହିତ ଥିଲେ । ପୁରୀଜିଲା ନିମାପଡ଼ା ଅନ୍ତର୍ଗତ ଡେଣୁଅ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ସମାଜସେବୀ ତଥା ଭଲ ମଣିଷଙ୍କୁ ସବୁଦିନ ପାଇଁ ହରାଇଲା । ଧୀରେନ୍ଦ୍ର ସେନାପତି
ସମାଜସେବୀ ରାଜକିଶୋର ସାବତଙ୍କର କରୋନାରେ ପରଲୋକ
Reviewed by sakhigopal news
on
00:50
Rating: 5
