ଭେଡେନ ବ୍ଲକରେ କରୋନା ସଚେତନତା କାର୍ଯ୍ୟକ୍ରମ
ବରଗଡ଼ ---- ଲୋକେ ସଚେତନ ରୁହନ୍ତୁ,ସୁସ୍ଥ ରୁହନ୍ତୁ।ମହାମାରୀ କବଳରେ ଯେମିତି ଆଗକୁ ଗୋଟିଏ ବି ମୂଲ୍ୟବାନ ଜୀବନ ବଳି ନ ପଡିବ ତାକୁ ଆଖି ଆଗରେ ରଖି ଭେଡେନ ବ୍ଲକରେ ଜାରି ରହିଛି ସଚେତନତା କାର୍ଯ୍ୟକ୍ରମ।ଯାହା ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଦେଶଭଟଳି ପଞ୍ଚାୟତ ଅନ୍ତର୍ଗତ ଉଦେପୁର ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାମ୍ବାଦିକ ହୀରା ମହାକୁରଙ୍କ ସଂଯୋଜନା କ୍ରମେ କାର୍ଯ୍ୟକ୍ରମରେ ଭେଡେନ ଗୋଷ୍ଠି ଉନ୍ନୟନ ଅଧିକାରୀ ମୁରଲୀଧର ନାଏକ,ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସନା,କୋଭିଡ ସ୍ଵାସ୍ଥ୍ୟ କର୍ମୀ ସିନ୍ଧୁ ବାରିକ,ସରପଞ୍ଚ ପ୍ରତିନିଧି ତୋଷବନ୍ତ ସାହୁ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ବଂଶୀଧର ସେଠ,ଅଙ୍ଗନ ବାଡ଼ି କର୍ମୀ ରୀନା ଦନ୍ତା,ଆଶା କର୍ମୀ ମୁକ୍ତା ଦନ୍ତା, ଗ୍ରାମବାସୀ ମଦନ ମୋହନ ଦାସ, ସାମ୍ବାଦିକ ହୃଷିକେଶ ଖମାରୀ ପ୍ରମୁଖ ଉପସ୍ଥିତ ଜନସାଧାରଣଙ୍କୁ କରୋନା ସଚେତନତା କାରାଇବା ସହ ସାମାଜିକ ଦୂରତା, ମାସ୍କ ପରିଧାନ,କରୋନା ର ସମସ୍ତ ନିୟମ ମାନି ଚଳିବାକୁ ଜନସାଧାରଣଙ୍କୁ ସଚେତନ କରାଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍..