Breaking News

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ପ୍ରତିବାଦ ସଭା


 ସାକ୍ଷୀଗୋପଳ-----; ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ଆହ୍ୱନ କ୍ରମେ ସତ୍ୟବାଦୀ ଏ ଆଇ କେ କେ ଏମ ଏସ କାର୍ଯ୍ୟାଳୟ ଠାରେ ଏକ ପ୍ରତିବାସ ଦିବସ ପାଳିତ ହୋଇଯାଇଛି । ସଂଗଠନର କର୍ମୀ ମାନେ ହାତରେ ବିଭିନ୍ନ ଲେଖା ପ୍ଳାକାର୍ଡ ଧରି ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ବିଲ, କର୍ପୋରେଟ ହଟାଅ ଦେଶ ବଞ୍ଚାଅ, କୃଷି ଉତ୍ପାଦନ ବଜାର କମିଟି୨୦୨୦ ସଂଶୋଧନ ଅଧ୍ୟାଦେଶ ପ୍ରତ୍ୟାହାର କରିବା ଆଦି ସ୍ଳୋଗାନ ଦେଇ ପ୍ରତିବାଦ କରିଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ଏ ଆଇକେ କେ ଏମ ଏସ ର ଜିଲ୍ଲା ସମ୍ପାଦକ କମ୍ରେଡ ସୁବାସ ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାର ଆଣିଥିବା ଜନ ବିରୋଧୀଅଧ୍ୟାଦେଶ ଗୁଡିକସମ୍ପର୍କରେ ବିସ୍ତୃତ ଭାବେ ଆଲେଚନା କରିଥିଲେ । ଏହି ଅଧ୍ୟାଦେଶ କେନ୍ଦ୍ର ସରକାର ନ ହଟାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ବ୍ଳକ ସମ୍ପାଦକ ଓ ସଭାପତି କମ୍ରେଡ ଶ୍ରାମ ସୁନ୍ଦର ମହାପାତ୍ର, କମ୍ରେଡ ହାଡିବନ୍ଧୁ  ବେହେରା, ସଭ୍ୟ ସୁଭାସ ବେହେରା, ବିବେକ ରଞ୍ଜନ ସତ୍ୟ ସୁନ୍ଦର ପ୍ରମୁଖ କର୍ମୀ ମାନେ ପ୍ରତିବାଦ ସଭାରେ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସଂକ୍ଳପ ନେଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ନାଥ ଦାସ

Blog Archive

Popular Posts