ସତ୍ୟବାଦୀ ମାରୁତି ସେନା ପକ୍ଷରୁ ସହଯୋଗର ହାତ ବଡାଇଲେ
ସାକ୍ଷୀଗୋପାଳ ---ପୁରୀ ଜିଲ୍ଲାର ଚନ୍ଦନପୁର ଥନା ଅନ୍ତର୍ଗତ ବାଲିପଡା ଗ୍ରାମର କୁନି ପଣ୍ଡା ( ୨୭)ଏକ ଦୁର୍ଘଟଣାରେ ଡାହଣ ପଟ ହାତର ପାପୁଲି ତଳକୁ ଆଘାତ ଲାଗିଥିଲା । ଅର୍ଥ ଅଭାବରୁ ଘରୋଇ ଚିକିତ୍ସା କରିଥିଲେ । ଫଳରେ ଉକ୍ତ ଯାଗାରେ ଫୁଲି ଯିବା ସହ ଅସହ୍ୟଯନ୍ତ୍ରଣା ଅନୁଭବ କରୁଛନ୍ତି । ଏହା ଜାଣି ସତ୍ୟବାଦୀ ମାରୁତି ସେନା ଶାଖାର ସଭାପତି ସନେ୍ତାଷ କୁମାର ପଣ୍ଡା ଙ୍କ ସହ ବାବୁଲି ପ୍ରଧାନ, ସଂଗ୍ରାମ ମହାପାତ୍ର ଶ୍ରୀକାନ୍ତ ସାହୁ, ଦାମଦର ଜେନା ଓ ଓମ ସତ୍ୟ ପ୍ରକାଶ ସାହୁ ବାଲିପଡାର କୁନିଙ୍କ ଘରେ ପହଞ୍ଚି ହାତ ଅବସ୍ଥା ସମ୍ପର୍କରେ ଆଲେଚନା କରି କିଛି ଆର୍ଥିକ ସହଯୋଗ କରିଥିବା ସଭାପତି ଶ୍ରୀ ପଣ୍ଡା କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି