Breaking News

ତିରିଶି ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ଦ୍ଵାରା ଇଲେକ୍ଟ୍ରିକାଲ୍ ଜେଇ ଗିରଫ

ଜଗତସିଂହପୁର ----ପାରାଦୀପ ସିବିଆଇ ହାତରେ
 ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ ର ଇଲେକ୍ଟ୍ରିକାଲ୍ ଜେଇ ରାଜୀବ ରଞ୍ଜନ ରେଡ୍ଡୀ ଜଣେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।ଠିକାଦାରଙ୍କର ୬ ଜଣ ପିଲାଙ୍କୁ କାମ କରିବା ପାଇଁ ଅନୁମତି ଦେବାକୁ ନେଉଥିଲେ ଲାଞ୍ଚ। ପାରାଦ୍ବୀପ ରେ ଥିବା କୋଷ୍ଟଗାର୍ଡ ମୁଖ୍ୟାଳୟ ଓ କୋଷ୍ଟର୍ଗାଡ କଲୋନୀର ଇଲେକ୍ଟ୍ରିକାଲ୍ କାର୍ଯ୍ୟ ଦାୟୀତ୍ବରେ ଥିବା ଜେଇ ରାଜୀବ ରଞ୍ଜନ ରେଡ୍ଡୀ ବିଭିନ୍ନ କାର୍ଯ୍ୟରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଗତ କିଛିଦିନ ହେଲା ଟେଣ୍ଡର ପାଇଥିବା ପବିତ୍ର ମୋହନ ପରିଡାଙ୍କୁ ବାରମ୍ବାର ହଇରାଣ କରୁଥିଲେ ଦେଇ । ଏପରିକି ଠିକାଦାର ଅଧିନରେ କାମ କରିବା ପାଇଁ ୬ ଜଣ ଯୁବକଙ୍କୁ ଅନୁମତି ଦେବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ ।  ଶେଷରେ ୩୦ ହଜାର ଦେବାକୁ ଫାଇନାଲ ହୋଇଥିଲା । ଏହି ଘଟଣାକୁ ନେଇ ଶ୍ରୀଯୁକ୍ତ ପରିଡା ଭୂବନେଶ୍ବର ସ୍ଥିତ ସିବିଆଇ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ବୁଧବାର ଏକ ୧୪ ଜଣିଆ ଟିମ୍ ପାରାଦ୍ବୀପ ରେ ପହଞ୍ଚିଥିଲେ । କେମିକାଲ ବୋଳା ୩୦ ହଜାର ଟଙ୍କା ଜେଇ ରାଜୀବ ରଞ୍ଜନ ରେଡ୍ଡୀ ଙ୍କୁ ନେଉଥିବା ବେଳେ ସିବିଆଇ ତାଙ୍କୁ ଧରିଥିଲା। ପରେ ଜେଇ ଙ୍କ ଅଫିସ ଓ ବାସଗୃହ ରେ ଚଢାଉ କରାଯାଇ ବହୁ ପରିମାଣର କାଗଜପତ୍ର ଜବତ କରାଯାଇଛି।  ଏବଂ ତାଙ୍କୁ ଗିରଫ କରି ଭୂବନେଶ୍ବର ନେବା ସହିତ  ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। 
 ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର 

Blog Archive

Popular Posts