Breaking News

ଲୁଟ ଉଦ୍ୟମ ଅଭିଯୋଗରେ ୪ ଯୁବକ ଗିରଫ


ପିପିଲି-ପିପିଲି ପୁଲିସ ଲୁଟ ଉଦ୍ୟମ ଅଭିଯୋଗରେ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି । ସେମାନେ ହେଲେ ୧.ସୁରଜ ସେଠୀ (୨୧) ୨.କାଶିନାଥ ବେହେରା (୨୨) ଊଭୟ ଦାଣ୍ଡମୁକୁନ୍ଦପୁର   ହୋଇଥିବା ବେଳେ ୩.ଦିବାକର ଜେନା(୨୨) ଓ ୪.ସୁବାଷ ସେଠୀ ଉଭୟଙ୍କ ଗ୍ରାମ ଶ୍ରପତିପୁର ଡେଲାଙ୍ଗ ଥାନା ଅଞ୍ଚଳର ହୋଇଥିବା ପୁଲିସ ସୁତ୍ରରୁ ପ୍ରକାଶ । ମିଳିଥିବା ସୁଚନା ମୁତାବକ ଅଭିଯୋଗକାରୀ ଶ୍ରୀରାମ ବେହେରା ନିର୍ମଳା ଗ୍ରାମର ରାତି ଗୋଟେ ସମୟରେ ଭୁବନେଶ୍ୱର ଆଇଗିଣିଆରୁ ପରିବା ଲୋଡ କରି ମହିନ୍ଦ୍ରା ପିକପ ଅଟୋ ଗାଡିରେ ପୁରୀ ଅଭିମୁଖେ ଆସିବା ବାଟରେ ରାତି ୧ଟାରେ ୪ଜଣ ଯୁବକ ହାତରେ କଟୁରୀ ଧରି ତେଇସିପୁର ଛକ ନିକଟରେ  ଗାଡି ଅଟକାଇ ଲୁଟ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଡ୍ରାଇଭର କୈାଶଳ କ୍ରମେ ଖସି ଅଟୋ ମାଲିକ ଘର ନିକଟରେ ହୋଇଥିବାରୁ ଶ୍ରୀରାମ ପରିବା ଗାଡି ଛାଡି ମାଲିକ ଘରେ ପହଞ୍ଚି   ସମସ୍ତ ଘଟଣା ଜଣାଇବା ସହିତ ମାଲିକ ଭାଇକୁ ସାଙ୍ଗରେ ଧରି ପରିବା ଗାଡି ଧରି ପୁରୀ ଅଭିମୁଖେ ଯାଉଥିଲା । ଦେଖିବାକୁ ପାଇଲା ଯେ ତେଇସିପୁର ଢାବା ନିକଟରେ ସେହି ୪ଜଣ ଯୁବକ ରହିଛନ୍ତି । ତାପରେ ସେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଯୁବକ ମାନଙ୍କୁ ଥାନାକୁ ଆଣିବା ସହିତ ଶ୍ରୀରାମ ବେହେରାଙ୍କ ଅଭିଯୋଗକ୍ରମେ ୨୮୬/୨୦ ରେ କେଶ ରୁଜୁକରି ୪ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲଣ କରିଥିବା ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟିଙ୍କ ଠାରୁ ପ୍ରକାଶ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts