ବିଦ୍ୟୁତ ତାର ଲାଗି ବୃଦ୍ଧଙ୍କର ମୃତ୍ୟୁ
ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ବାଲିହୁଙ୍କା ଗ୍ରାମର ଧାଡୁ ମାର୍ଥା (୫୦) ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ଘର ଉପରେ ମାଙ୍କଡ ଡିଆଁ ଡେଇଁ କରିବାରୁ ଧାଡୁ ଚାଳ ଉପରକୁ ମାଙ୍କଡ ବାଡେଇବା ପାଇଁ ଉଠି ଯାଇଥିଲେ । ମାଙ୍କଡ ତାର ଉପରେ ଡେଇଁପଡିବାରୁ ତାରଟି ଛିଣ୍ଡି ଯାଇଥିଲା । ଯାହାକି ଧାଡୁ ଏହା ଜାଣି ପାରିନଥିଲେ । ଚାଳ ଉପରେ ଥିବା ବିଦ୍ୟୁତ ତାର ଯାଇଥିବା ପାଇପିକୁ ଧରି ପକାଇଥିଲେ । ଉକ୍ତ ପାଇପିଟି ବିଦ୍ୟୁତ ଚାର୍ଯ୍ୟ ହୋଇଯାଇଥିଲା । ଯାହା ଫଳରେକି ବିଦ୍ୟୁତ କରେଣ୍ଟ ଲାଗି ଯିବାରୁ ସେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଥାନାକୁ ଖବର ଦେଇଥିଲେ । ଖବର ପାଇ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରି ଗଙ୍ଗାଧର ସାହୁ ଶବ ଜବତ କରି ଡେଲାଙ୍ଗ ଥାନା କେସନଂ-୮/୨ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ସ୍ଥାନୀୟ ସରପଞ୍ଚ ବିଷ୍ଣପିୟା ଜେନା ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି