ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ନାବାଳିକାକୁ ଅପହରଣ ; ଯୁବତୀ ଗିରଫ
ଧର୍ମଗଡ -----ସମଲିଙ୍ଗୀ ସମ୍ପର୍କକକୁ ନେଇ ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଅନ୍ୟଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ପରିଧିରେ ରହିଛି । ଗତ ୧୭ ତାରିଖ ଦିନ ନାବାଳିକାଙ୍କ ବାପା ତାଙ୍କ ଝିଅକୁ କିଏ ଅପହରଣ କରି ନେଇଛି ବୋଲି ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ନାବାଳିକାର ମୋବାଇଲ ଟ୍ରାସିଙ୍ଗ କରିଥିଲା । କଳାହାଣ୍ଡି ସାଇବର ସେଲ ଏହି ଘଟଣା ଉପରେ ଅନୁସନ୍ଧାନ କରିବା ପରେ ଏହି ନାବାଳିକା ଜଣକ ପଶ୍ଚିମବଙ୍ଗରେ ରହିଥିବା ଜଣା ପଡିଥିଲା । ନାବାଳିକାକୁ ଉଦ୍ଧାର କରିବା ପାଇଁ ଧର୍ମଗଡ଼ ପୋଲିସର ଏକ ଟିମ ପଶ୍ଚିମବଙ୍ଗ ଯାଇ ନାବାଳିକା ଉଦ୍ଧାର କରିବା ସହ ଉକ୍ତ ଯୁବତୀଙ୍କୁ ପୋଲିସ ଉଠାଇ ଆଣିଥିଲା । ପୋଲିସ ତଦନ୍ତ ପରେ ସମଲିଙ୍ଗୀ ସମ୍ପର୍କ ଯୋଗୁଁ ଏହି ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ପ୍ରଥମେ ମୋବାଇଲିରେ ସମ୍ପର୍କ ଯୋଡିବା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଅଟକ ଥିବା ଯୁବତୀ କହିଛନ୍ତି ।
କଳାହାଣ୍ଡି ରୁ ପ୍ୟାରୀ ମୋହନ ଦୁର୍ଗା ଙ୍କ ରିପୋର୍ଟ