ପାଲା ମାଧ୍ୟମରେ କରୋନା ସଚେତନତା
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର କାଦୁଆ ଗ୍ରାମ ପଞ୍ଚାୟତର ବଡ ହରିଶଙ୍କରପୁର ଗ୍ରାମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ପରିବବାରକଲ୍ୟାଣ ବିଭାଗ ପକ୍ଷରୁ ମହାମାରୀ କରୋନା ଠାରୁ ସୂରେଇ ରହିବା ପାଇଁ ପାଲା ମାଧ୍ୟମରେ ଗ୍ରାମାବସୀଙ୍କୁ ସଚେତନତା କରାଯାଇଛି । ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟ ପରିଷଦର ରମେଶ ଚନ୍ଦ୍ର ପଲେଇ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଧୁରନ୍ଦର ପ୍ରଧାନ, ଦୁର୍ଯ୍ୟୋଧନ ପରିଡା, ପୂର୍ଣ୍ଣଚନ୍ଦ୍ର ପରିଡା ପାଲା ପରିବେଷଣ କରିଥିଲେ । କିପିର କରୋନା ଠାରୁ ଦୂରେଇ ରହି ପାରିବା ସେ ସମ୍ପର୍କରେ ପାଲା ଗୀତ ମାଧ୍ୟମରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଅଙ୍ଗନୱାଡି ର୍କମୀ କୁମୁଦିନୀ ନାୟକ, ଆଶାଦିଦି ଶାନ୍ତିଲତା ପରିଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି