ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିଜ୍ଞାନ ମେଳା ଅନୁଷ୍ଠିତ
ଡେଲାଙ୍ଗ ----- ଡେଲାଙ୍ଗ ଷ୍ଠେସନ ସ୍ଥିତ ରେଞ୍ଚରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୯ ତମ ବାର୍ଷିକ ବିଜ୍ଞାନ ମେଳାକୁ ତହସିଲଦାର ରାଜେନ୍ଦ୍ର ଆଚାରିଆ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗାଦିବ୍ରହ୍ମ ଡିଗ୍ରୀ କଲେଜର ଅଧ୍ୟାପକ ଡ. ସରୋଜ କୁମାର ପଣ୍ଡା,ଅନୁଷ୍ଠାନର ସଭାପତି ତ୍ରିଲୋଚନ ମହାରଣା, ପ୍ରଧାନ ଶିକ୍ଷକ ଅଶୋକ କୁମାର ବଳିୟାରସିଂହ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ ତତ୍ତ୍ୱବଧାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତିନୋଟି ବିଭାଗ କରାଯାଇଥିଲା । ଶିକ୍ଷୟତୀ ଅନୁସୂୟାପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ମାନେ ଯୋଗଦେଇ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଶିକ୍ଷକ ଅଞ୍ଜନ କୁମାର ରାଉତ, ହୃଦାନନ୍ଦ ସାମନ୍ତରାୟ, ଶିକ୍ଷୟତ୍ରୀ ମିନତୀ ବାରିକ ବିଜ୍ଞାନ ମେଳା ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ଅଞ୍ଜନ କୁମାର ରାଉତ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି