ଯୁବ ଭଣ୍ଡାର ସେବାୟତଙ୍କର ଅକଳା ମୃତ
ସାକ୍ଷୀଗୋପାଳ ---- ସାକ୍ଷୀଗୋପିନାଥ ଦେବଙ୍କର ଯୁବ ଭଣ୍ଡାର ମେକାପ କାତ୍ତିଶେଖର ମେକାପ ( ୩୬)ଙ୍କ ରବିବାର ରାତିରେ ଅକଳା ବିୟୋଗ ହୋଇଯାଇଛି । ସେ ଓଡିଶା ଗ୍ରାମ୍ୟ ବ୍ୟଙ୍କର କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ । ରବିବାର ସନ୍ଧ୍ୟାରେ ଶ୍ୱାସ କିୟାରେ ଯନ୍ତ୍ରଣର ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲକୁ ନିଅଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ଘଟିଥିଲା । ଏହି ଖବର ସାକ୍ଷୀଗୋପାଳରେ ପହଞ୍ଚିବା ପରେ ମନ୍ଦିର, ସେବକସାହି ଓ ସ୍ଥାନୀୟ ୍ରଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଘରର ସେ ଏକମାତ୍ର ପୁତ୍ରଙ୍କ ବିୟୋଗରେ ଶୋକରେ ବାପା, ମା , ଶିଶୁପୁତ୍ର , ସ୍ତ୍ରୀ ଓ ଆତ୍ମୀୟସ୍ୱଜନ, ସାଙ୍ଗସାଥୀ ମାନେ ଦୁଖଃରେ ଭାଙ୍ଗିପଡିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି