ତ୍ୟାଗୀ ସନ୍ନ୍ୟାସୀ ପୁରୁଷୋତ୍ତମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୯୧ତମ ଶ୍ରାଦ୍ଧଉତ୍ସବ ପାଳିତ
ସାକ୍ଷୀଗୋପାଳ---- ଦୁଖି ଦରିଦ୍ରର ସାଥୀ, ନିସ୍ୱାର୍ଥପର ଦେଶ ସେବା, ଡାକରା ସହିତ ଗୋପବନ୍ଧୁଙ୍କ ଦ୍ୱାରା ଲିଖିତ କବିତା ମିଶୁ ମୋର ଦେହ ଏ ଦେଶ ମାଟିରେ ....... ଆବୃତି କରି ଗୋପବନ୍ଧୁ ଦାସ ଅମର ରହେ ସ୍ଳୋଗାନ ମାନ ଦେଇ ସୁଆଣ୍ଡୋ ଗ୍ରାମରୁ ଶହ ଶହ ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ ଜନପ୍ରତିନିଧି ନେତାଙ୍କ ଠାରୁ ଗୋପବନ୍ଧୁଙ୍କ ଦାୟଦ ମାନେ ଭାର୍ଗବୀ ନଦୀ କୁଳକୁ ଆସିଥିଲେ । ଜାତୀୟ ଜୀବନ ଗଠନର ଶେଷ୍ଠ କର୍ଣ୍ଣଧାର ସେବା ତ୍ୟାଗର ମୂତ୍ତି ମନ୍ତ ପ୍ରତୀକ ଉତ୍କଳୀୟ ଜନଜୀବନ ଧାରାର ଶେଷ୍ଠ ପୁଷ୍ଠପୋଷକ ଉତ୍କଳମଣି ଗୋପବନ୍ଧୁ ଙ୍କର ଆବଶ୍ୟକତା ଆଜିର ଦିନରେ ରହିଛି । ସମାଜସେବା , ସାହିତ୍ୟ ଓ କୁସଂସ୍କାରକୁ ନିଜର ବ୍ରତୀ କରିଥିବା ସେହି ମହାପୁରୁଷଙ୍କ ଆତ୍ମ ଜୀବନି କୁ ଅନୁସରଣ କରିବା ସହ ବର୍ତ୍ତମାନର ଯୁବପୀଡି ଏଥିରେ ଅନୁପ୍ରାଣିତ ହେବାକୁ ପୁଣାତ୍ମାଙ୍କ ୯୧ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷ୍ୟେ ତାଙ୍କ ଷଠି ଘରେ ଆୟୋଜିତ ସ୍ମୁତି ଚାରଣ ସଭାରେ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।
ଦାସ ପରିବାରଙ୍କ ପୂଳ ଦେବତା ବିନୋଦବିହାରୀ ଦେବଙ୍କ ନୀତିକାନ୍ତି ସରିବା ପରେ ପୁଣାତ୍ମାଙ୍କ ବାସଭବନ ନିକଟରୁ ସ୍ମୁତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ଗ୍ରାମ ମୁଣ୍ଡରେ ବୋହିଯାଇଥିବା ଭାର୍ଗବୀ ନଦୀ ଘାଟକୁ ତିଳତର୍ପଣ ଶୋଭାଯାତ୍ରା ବାହାରିଥିଲା । ଏହି ତିଳତର୍ପଣ ଯାତ୍ରାରେ ବଳପୁର ନୋଡାଲ ହାଇସ୍କୁଲ, ଜୟଦୁର୍ଗା ନୋଡାଲ ହାଇସ୍କୁଲ ର ସ୍କାଉଟ ଓ ଜେଆରସି ଛାତ୍ର ଛାତ୍ରୀ ଏବଂ ସୁଆଣ୍ଡୋ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ଧାଡିବାନ୍ଧି ସ୍କାଉଟ ଡ୍ରମ, ଝୁମୁକା ବଜାଇ ବିଭିନ୍ନ ସ୍କୋଗାନ ଦେବା ସହ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ପକ୍ଷରୁ ରମେଶ ପଳେଇ ଓ ସୂଦର୍ଶନ ପରିଡାଙ୍କ ସହ ଅନ୍ୟ ସାଥୀ ମାନେ ନାମ ସଂକୀର୍ତ୍ତନ କରିଥିଲେ । ଏହି ତିଳତର୍ପଣ ଯାତ୍ରାରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ସାମାଜିକ କର୍ମୀ ସୁରେଶ ୍ର କୁମାର ସାହୁ, ରତିକାନ୍ତ ମିଶ୍ର,ନୀଳାଚଳ କୃଷକ ମହାସଂଘର ପକ୍ଷରୁ ନିରଞ୍ଜନ ମହାପାତ୍ର, ମହେନ୍ଦ୍ର ନାଥ ଦାଶ,ରବିନ୍ଦ୍ର ନାଥ ଦାସ, ଉତ୍କଳମଣି ସମ୍ବାଦିକ ସଂଘ ପକ୍ଷରୁ ଧୀରେନ୍ଦ୍ର ସେନାପତି, ଶିକ୍ଷକ ବସନ୍ତ କୁମାର ମିଶ୍ର, ଗଣେଶ ପ୍ରଧାନ, ସୁରେଶ ଚନ୍ଦ୍ର ସ୍ୱାଇଁ, ପଫ୍ରୁଲ କୁମାର ମହାପାତ୍ର, ପଞ୍ଚାନନ ମାହରଣା, ଶିଖର ବେହେରା, ପ୍ରାକ୍ତନ ଖେଳ ଶିକ୍ଷକ ବ୍ରଜବନ୍ଧୁ ପାଇକରାୟ, କ୍ରୀଡା ଶିକ୍ଷକ ଫକୀର ଚରଣ ବରାଳ,ଦେବେନ୍ଦ୍ର ଚୌଧୁରୀ, ଦୁଶାସନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ପଣ୍ଡିତ ସତ୍ୟନାରାୟଣ ସାହୁ, ବାଳକୃଷ୍ଣ ବେହେରା, ଧୁଳି ବେହେରା ପ୍ରମୁଖ ତିଳତର୍ପଣ ଯାତ୍ରାରେ ସାମିଲ ହୋଇଥିଲେ । ଭାର୍ଗବୀ ନଦୀ ଘାଟରେ ଦାସ ବଂଶର କୁଳ ପୁରୋହିତ ଲକ୍ଷ୍ମୀକାନ୍ତ ନନ୍ଦ ପୁଣାତ୍ମା ଗୋପବନ୍ଧୁଙ୍କ ପିତୃ ଓ ମାତୃକୁଳର ତିନି ପୁରୁଷଙ୍କ ଉଦେ୍ଧଶ୍ୟରେ ବୈଦିକ ମନ୍ତ୍ର ପାଠ କରିବା ସହ ଗୋପବନ୍ଧୁଙ୍କ ଦାୟଦ ଓ ଅନ୍ୟମାନଙ୍କୁ ଫୁଲ , ଚନ୍ଦନ ଦେଇ ତିଳତର୍ପଣ କରାଇଥିଲେ । ସେଠାରୁ ଏକ ଶୋଭାଯାତ୍ରା ଷଠୀଘରେ ପହଞ୍ଚି ବା ପରେ ବାତ୍ୟା ଫାନିରେ ନଷ୍ଟ ହୋଇଯାଇଥିବା ଗୋପବନ୍ଧୁ ଦାସଙ୍କ ଷଠୀ ଘରକୁ ଦାସ ପରିବାର ପୁନଃରୁଦ୍ଧାର କରିଥିଲେ । ଏହି ଘରକୁ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସହ ଅନ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ପରେ ପରେ ସମସ୍ତେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଅନୁଷ୍ଠିତ ସ୍ମୁତିଚାରଣ ସଭାରେ ସଭାପତିତ୍ୱ କରିଥିବା ବେଳେ ପରିଷଦର ଉପସଭାପତି ଦେବେନ୍ଦ୍ର ନାଥ ଦାସ ଧନ୍ୟବାଦ ଦେଇଥିଲେ । ଶେଷରେ କର୍ମଭୁମି ସତ୍ୟବାଦୀରେ ସେହିପରି ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ପକ୍ଷରୁ କାଦୁଆ ଆଶ୍ରମ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି