Breaking News

ମାଡି ଆସୁଛି ସମୁଦ୍ର ପାଣି ; ଚାରଟି ଗ୍ରାମର ଜମିରେ ମାଡୁଛି ଲୁଣିପାଣି

ପୁରୀ---  ଅସ୍ତରଙ୍ଗ ବ୍ଳକର  ଶିଶୁଆ ଗ୍ରାମ ପଞ୍ଚାୟତର ଉଦୟକଣି, ତଣ୍ଡାହର , କଟକଣା, କଳାମକାଣି ଗ୍ରାମକୁ ମାଡି ଆସୁଛି ସମୁଦ୍ର ପାଣି  । ବର୍ଷା ଦିନ ଆରମ୍ଭରୁ ଲଗୁଚାପ ସୃଷ୍ଟି ହେବାରୁ ଅଶାନ୍ତ ସମୁଦ୍ର ଉକ୍ତ ଚାରୋଟି ଗ୍ରାମର ଫସଲ କ୍ଷେତ୍ରକୁ ମାଡି ଯାଇଛି  । ଯାହାକି ଲୁଣିପାଣି ମାଡି ଯିବାରୁ ଫସଲ ନଷ୍ଟ ହୋଇଛି । ଗ୍ରାମବାସି ମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ସମ୍ପର୍କରେ ପ୍ରଶାସନ ଜାଣିଥିଲେ ମଧ୍ୟ କେହି ଆସି ଦେଖିବାର ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts